ଟିକେଟ କାଟୁଛି କାଉ ! ମହିଳାଙ୍କ ଠାରୁ କ୍ରେଡିଟ କାର୍ଡ ଛଡାଇଲା, ମେସିନରେ ଟିକେଟ କାଟିବାକୁ ଗଲା ।

51

ସୋସିଆଲ ମିଡିଆ ଏବଂ ଭାଇରାଲ ଭିଡିଓର କ୍ରେଜ ଦିନକୁ ଦିନ ବଢି ବଢି ଚାଲିଛି । ଏମିତି ଅନେକ ଭିଡିଓ ଲୋକମାନେ ଦେଖୁଛନ୍ତି ଏବଂ ଏହାକୁ ସୋସିଆଲ ମିଡିଆରେ ସେୟାର ମଧ୍ୟ କରୁଛନ୍ତି । ଜଣେ ବ୍ୟକ୍ତି ଏକ ଭିଡିଓ ସେୟାର କରିବା ପରେ ଏହା ଲୋକମାନଙ୍କୁ ମନକୁ ଛୁଇଁ ଯାଉଛି ଏବଂ ଏହା ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗୁଛି ।

ଠିକ ଏହି ପରି ଏକ କାଉର ଭିଡିଓ ଏବେ ସୋସିଆଲ  ମିଡିଆରେ ଲୋକମାନଙ୍କର ମନକୁ ଆକର୍ଷିତ କରିଛି । କାଉଟି ଯାତ୍ରା କରିବା ପାଇଁ ଟିକେଟ କିଣିବାକୁ ଚେଷ୍ଟା କରୁଥିବାର ଭିଡିଓରେ ଦେଖାଯାଇଛି । ଜାପାନର କିଶିଚୋ ଷ୍ଟେସନରେ ଏକ କାଉ ପ୍ରଥମେ ଜଣେ ଯାତ୍ରୀଙ୍କଠାରୁ କ୍ରେଡିଟ କାର୍ଡ ଛଡାଉଛି ଏବଂ ଭେଣ୍ଡିଙ୍ଗ ମେସିନରୁ ଟିକେଟ କିଣିବାକୁ ଚେଷ୍ଟା କରୁଛି । ଭିଡିଓରେ ଦେଖାଯାଉଛି ଯେ, କାଉଟି ମେସିନ ପାଖରେ ବସିଛି ଏବଂ ଯେଉଁ ଯାତ୍ରୀଙ୍କର କ୍ରେଡିଟ କାର୍ଡ କାଉଟି ଛଡାଇଛି ସେ ପଛରେ ଛିଡା ହୋଇଛନ୍ତି ।

ଭିଡିଓରେ ଦେଖାଯାଇଛି ଯେ, ଜଣେ ମହିଳା ଟ୍ରେନରେ ଯାତ୍ରା କରିବା ପାଇଁ ଟିକେଟ କାଟୁଥିଲେ । ସେହି ସମୟରେ ଏକ କାଉ ମହିଳାଙ୍କ ପାଖକୁ ଆସିଥିଲା ଏବଂ ତାଙ୍କ ହାତରୁ କ୍ରେଡିଟ କାର୍ଡଟି ଛଡାଇ ନେଇଥିଲା । କାର୍ଡ ଛଡାଇବା ପରେ କାଉଟି ପାଖରେ ଥିବା ଆଉ ଏକ ଟିକେଟ ମେସିନରେ କାର୍ଡ ଭର୍ତ୍ତି କରିବାକୁ ଚେଷ୍ଟା କରିଥିଲା । ଏବଂ ବହୁତ ଚେଷ୍ଟା କରିବା ପରେ କାଉଟି ଯେତେବେଳେ ବିଫଳ ହୋଇଥିଲା ସେତେବେଳେ କାଉଟି କାର୍ଡ ଟିକୁ ସେହିଠାରେ ହିଁ ଛାଡି ଉଡିଯାଇଥିଲା ।