ଅଦିନିଆ କୁଆ ପଥର ବର୍ଷାରେ ଉଜୁଡି ଯାଇଛି ଧାନ ଫସଲ : ମୁଣ୍ଡରେ ହାତ ଦେଇ ବସିଛନ୍ତି କଳାହାଣ୍ଡି ଚାଷୀ

29

କନକ ବ୍ୟୁରୋ :  ଅଦିନିଆ କୁଆପଥର ବର୍ଷା ଉଜାଡି ଦେଇଛି ଚାଷୀଙ୍କ ଧାନ ଫସଲ । ଫଳରେ ଋଣ କରି ଫସଲ କରିଥିବା ଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଛି । ଏଭଳି ସମସ୍ୟା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ସର୍ଗିଗୁଡ଼ା ପଂଚାୟତରେ ।

କାଳାହାଣ୍ଡି ଜିଲ୍ଲା ପରତାପପୁର, ଜୟପାଟଣା ବ୍ଲକର ପ୍ରାୟ ୯୦ ଭାଗ ଲୋକଙ୍କ ରୋଜଗାର କହିଲେ ଧାନଚାଷ । କୁଆପଥର ବର୍ଷାରେ ନଷ୍ଟହୋଇ ଯାଇଛି ଧାନଫସଲ । ଧାନଚାଷ କରି ନିଜର ସବୁ ଆଶାକୁ ପୁରଣ କରିବାକୁ ସ୍ୱପ୍ନ ଦେଖିଥିବା ଚାଷୀ ଏବେ ଚିନ୍ତାରେ । ସରକାରୀ ସହାୟତା ଅପେକ୍ଷାରେ କ୍ଷତିଗ୍ରସ୍ତ ଚାଷୀ  ।