ଦିନକୁ ଦିନ ବଢ଼ୁଛି ହାତୀ ଉପଦ୍ରବ : ଧାନ କ୍ଷେତକୁ ସୁରକ୍ଷିତ ରଖିବା ପାଇଁ ମଞ୍ଚାରେ ରାତି କାଟୁଛନ୍ତି କୃଷକ

35

କନକ ବ୍ୟୁରୋ : ଝୁମ୍ପୁରା ବ୍ଲକ୍‌ କୁଟୁଗାଁ ପଞ୍ଚାୟତର ନାଉପାଣି, ହାତୀଦରୀ, ଜୟପୁର, ଚ˚ପାଡିହି, ସାନଯୋଡ଼ା, ବ୍ରାହ୍ମଣିଝରୀ, କୁଟୁଗାଁ ଓ ଚିପିଣ୍ତା ଆଦି ୮ଟି ଗ୍ରାମରେ ହାତୀ ଉପଦ୍ରବ ଜାରି ରହିଛି । ଚାଷୀମାନେ ଧାନକ୍ଷେତକୁ ସୁରକ୍ଷିତ ରଖିବା ନିମନ୍ତେ ମଞ୍ଚାରେ  ରାତି କଟାଇବାକୁ ବାଧ୍ୟ ହେଉଛନ୍ତି ।

ପ୍ରକାଶ ଯୋଗ୍ୟ ଚ˚ପୁଆ ରେଞ୍ଚ ବାଲିବନ୍ଧ ସେକସନର ଚିପିଣ୍ତା ବିଟ୍‌ର ଏହି ଗାଁଗୁଡ଼ିକରେ ଦିନକୁ ଦିନ ହାତୀ ଉପଦ୍ରବ ବଢ଼ୁଛି । ଧାନ ଫସଲ ନଷ୍ଟ ହେଉଥିବା ବେଳେ ହାତୀ ଗାଁ ମୁହାଁ ହେଉଥିବା ଯୋଗୁଁ ଲୋକମାନେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ଏପରି ସ୍ଥଳେ ୮ଟି ଗ୍ରାମର ଚାଷୀମାନେ ଏବେ ଧାନକ୍ଷେତକୁ ହାତୀ ମୁହଁରୁ ସୁରକ୍ଷିତ ରଖିବା ନିମନ୍ତେ ୫୦ଟିରୁ ଅଧିକ ମଞ୍ଚା ଗଛ ଉପରେ କରି ଫସଲ ଜଗୁଛନ୍ତି ।

ରାତ୍ରିରେ ଅନିଦ୍ରା ରହି ବାଜା ବଜାଇ ହୋହାଲ୍ଲା କରି ହାତୀ ଘଉଡାଇବା ପ୍ରୟାସ ଜାରି ରଖିଛନ୍ତି । ନିଜ ଜୀବନକୁ ବାଜି ଲଗାଇ ଚାଷ ପାଇଁ ଚାଷୀ ସ˚ଘର୍ଷ ଜାରି ରଖିଥିବା ଦେଖିବାକୁ ମିଳୁଛି । ଏପଟେ ପୂର୍ବରୁ ହାତୀ ଉପଦ୍ରବ ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହୋଇଥିବାରୁ ଉଚିତ୍‌ କ୍ଷତିପୂରଣ ନିମନ୍ତେ ଚାଷୀମାନେ ଦାବି କରିଛନ୍ତି ।  ହାତୀ ଘଉଡାଇବା ନିମନ୍ତେ ବନ ବିଭାଗ ତରଫରୁ ଆବଶ୍ୟକ ଉପକରଣ ଦେବା ନିମନ୍ତେ ମଧ୍ୟ ଦାବି ହୋଇଛି ।