ବଞ୍ଚିବାକୁ ସଂଘର୍ଷ କରୁଛନ୍ତି କେରଳ ବନ୍ୟା ପୀଡ଼ିତ : ଘରକୁ ପଶିଆସୁଛନ୍ତି ସାପ ଓ କୁମ୍ଭୀର, ଭୟରେ କାଳାତିପାତ କରୁଛନ୍ତି ଲୋକେ

17

କନକ ବ୍ୟୁରୋ : କରଳରେ ବନ୍ୟା ପରିସ୍ଥିତିରେ ସୁଧାର ଆସିଛି । ବର୍ଷା କମିଛି, କିନ୍ତୁ ବନ୍ୟା ପରେ ଯେଉଁ ସ୍ଥିତି ଉପୁଜେ ତାହା ଆପଣ ଅନୁମାନ କରିପାରୁଥିବେ । ବର୍ତ୍ତମାନ ସମୟରେ କେରଳରେ ସବୁଠୁ ଅଧିକ ଚିନ୍ତାର କାରଣ ପାଲଟିଛି ମହାମାରି ବ୍ୟାପିବା ଏବଂ ବିଷାକ୍ତ ସାପ ଓ କୁମ୍ଭୀରଙ୍କ ଆତଙ୍କ ।ବନ୍ୟା ପାଣି ସହ ବଡ ବଡ ବିଷାକ୍ତ ସାପ ଜନସବତି ଆଡକୁ ଚାଲିଆସିଛନ୍ତି । କେରଳରେ ବିଷାକ୍ତ ସାପ କାମୁଡାରେ ଏପର୍ଯ୍ୟନ୍ତ ୭୦ଜଣ ପ୍ରାଣ ହରାଇଥିବା ସୂଚନା ରହିଛି । ତେବେ ଏସବୁ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରୁ ବିଷାକ୍ତ ସାପ ଉଦ୍ଧାର କରାଯାଇଛି । ଯେଉଁଥିରେ କିଭଳି ଅଜଗର ସାପକୁ ପାଣି ଭିତରୁ ଉଦ୍ଧାର କରାଯାଉଛି ।

କେରଳରେ ଜଳ ପ୍ରଳୟ ହେବା ପରେ ବିଭିନ୍ନ ରାଜ୍ୟ ସରକାରଙ୍କ ସମେତ ବିଦେଶୀ ରାଷ୍ଟ୍ର ସହଯୋଗର ହାତ ବଢ଼ାଇଛନ୍ତି । ୟୁଏଇ ମଧ୍ୟ ୭ ଶହ କୋଟି ସହାୟତା ଦେବାକୁ ଘୋଷଣା କରିଛି । କିନ୍ତୁ ମିଳିଥିବା ଖବର ଅନୁସାରେ, ଏହି ୭ ଶହ କୋଟି ସହାୟତାକୁ ଗ୍ରହଣକରିନପାରନ୍ତି କେନ୍ଦ୍ର ସରକାର । ଦୀର୍ଘ ୧୫ବର୍ଷ ଧରି ଘରୋଇ ବିପତିକୁ ସରକାର ନିଜସ୍ୱ ସଂଶାଧନରେ ହିଁ ମୁକାବିଲା କରୁଛନ୍ତି । ଏହି ନୀତି ଆଧାରରେ ବିଦେଶୀ ସହୟତାକୁ ଗ୍ରହଣ ନ କରିବାକୁ କେରଳ ସରକାରଙ୍କୁ ପରାମର୍ଶ ଦେଇଛି କେନ୍ଦ୍ର ।

kerala flood

ଲଗାଣ ବର୍ଷାରେ କେରଳର ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲୋକେ ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି । ହଜାର ହଜାର କିଲୋମିଟର ରାସ୍ତା ଧୋଇହୋଇଯାଇଥିବାବେଳେ ଲୋକେ ପାଣିଘେରରେ ରହିଛନ୍ତି । ୟୁଏଇରେ ୩୦ଲକ୍ଷ ଭାରତୀୟ ରହୁଛନ୍ତି । ଏମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ଲୋକ ହେଉଛନ୍ତି କେରଳର । ଏହାକୁ ଦୃଷ୍ଟିରେ ରଖି ୟୁଏଇ ସହଯୋଗର ହାତ ବଢାଇଛି । ମାଳଦ୍ୱୀପ ସରକାର ମଧ୍ୟ ୩୫ ଲକ୍ଷ ଦେବାକୁ ଘୋଷଣା କରିଛନ୍ତି ।