ଗାଁ ପୋଖରୀରେ ବୁଲିଲା ୫ ଫୁଟିଆ ଥଣ୍ଟିଆ କୁମ୍ଭୀର ! କାବୁ କଲା ବନବିଭାଗ

41

କନକ ବ୍ୟୁରୋ : ନଦୀ ଛାଡି ଗାଁ ପୋଖରୀରେ ପଶିଲା କୁମ୍ଭୀର । ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳରେ କୁମ୍ଭୀର ଆତଙ୍କ । ଗାଁ ପୋଖରୀରେ ୫ଫୁଟର କୁମ୍ଭୀର ଖେଳାଇଲା ଆତଙ୍କ । ଦୀର୍ଘ ୧୫ ଦିନ ହେଲା ର୍ଗାଁ ପୋଖରୀରେ କୁମ୍ଭୀରକୁ ଦେଖି ଲୋକେ ଆତଙ୍କିତ ଥିଲେ । ଏନେଇ ଗାଁ ଲୋକ ବନବିଭାଗକୁ ଖବର ଦେଇଥିଲେ । କିନ୍ତୁ ବନବିଭାଗ ମଧ୍ୟ କୁମ୍ଭୀରର ଟେର ପାଇନଥିଲେ । ତେବେ ଆଜି ଗାଁ ଲୋକ ପୁର୍ନବାର କୁମ୍ଭୀରକୁ ପୋଖରୀରେ ଦେଖିବା ପରେ ତୁରନ୍ତ ବନବିଭଗ କର୍ମଚାରୀଙ୍କୁ ଖବର ଦେଇଥିଲେ । କିଛି ଦିନ ଧରି ପୋଖରୀରେ ଲୁଚକାଳି ଖେଳୁଥିବା କୁମ୍ଭୀରକୁ ଆଜି ଖୋର୍ଦ୍ଧା ବନଖଣ୍ଡ କର୍ମଚାରୀ ଜାଲ ପକାଇ ଧରିଛନ୍ତି । ତେବେ କୁମ୍ଭୀରକୁ ଧରିବା ପାଇଁ ବନଖଣ୍ଡ କର୍ମଚାରୀଙ୍କୁ ବେଶ କିଛି ସମୟ ବେଶ କସରତ କରିବାକୁ ପଡିଥିଲା । ଶେଷରେ କୁମ୍ଭୀରକୁ ଉଦ୍ଧାର କରି ବନବିଭାଗ କର୍ମଚାରୀ ସାଙ୍ଗରେ ନେଇଛନ୍ତି । ତେବେ କୁମ୍ଭୀରକୁ ନନ୍ଦନକାନନ କିମ୍ବା ଡେରାଶରେ ଛଡାଯିବ ସେ ନେଇ କୌଣସି ସୂଚନା ମିଳିନାହିଁ ।