ଭିତରକନିକା ଜାତୀୟ ଉଦ୍ୟାନରେ ବଢିଲା କୁମ୍ଭୀର ସଂଖ୍ୟା ! ବନ୍ଦ ପରେ ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଜାତୀୟ ଉଦ୍ୟାନ

158

କନକ ବ୍ୟୁରୋ : ଭିତରକନିକା ଜାତୀୟ ଉଦ୍ୟାନରେ ବଢିଲା କୁମ୍ଭୀର ସଂଖ୍ୟା । ବର୍ଷକରେ କୁମ୍ଭୀର ସଂଖ୍ୟା ୪୪ଟି ବୃଦ୍ଧି ପାଇ ୧୭୪୨ରେ ପହଞ୍ଚିଛି । ଗତ ବର୍ଷ ଭିତରକନିକା ମଧ୍ୟରେ ଓ ବାହାରେ ଥିବା ନଦୀ, ନାଳ ଗୁଡିକରେ ୧୬୯୮ଟି ବଉଳା କୁମ୍ଭୀର ଥିବାବେଳେ ଏବର୍ଷ ଏହି ସଂଖ୍ୟା ୧୭୪୨କୁ ବୃଦ୍ଧି ପାଇଛି । ଭିତରକନିକା ଭିତରେ ଥିବା ନଦୀ, ନାଳଗୁଡିକରେ ୧୬୩୬ଟି କୁମ୍ଭୀର ଥିବାବେଳେ ବାହାରେ ଥିବା ନଦୀ ଓ ନାଳରେ ୧୦୬ଟି କୁମ୍ଭୀର ଥିବା ଠାବ କରାଯାଇଛି ।

ଏବର୍ଷ ଗଣନାବେଳେ ଭିତରକନିକାରେ କନିକା ରେଞ୍ଜର ମହିଁଷାମୁଣ୍ଡା ନିକଟରେ ବନବିଭାଗ ୨୧ ଫୁଟିଆ କୁମ୍ଭୀର ଠାବ କରିଛି । ଏଥିସହ ସୁଆଯୋର ଓ ଅଜଗପାଟିଆ, ଥାନପତି ନିକଟରେ ୨୦ ଫୁଟର ଅଧିକ ୪ଟି କୁମ୍ଭୀର ଠାବ କରାଯାଇଛି ବୋଲି ବନବିଭାଗ ସୂତ୍ରରୁ ଜଣାପଡିଛି । ଚଳିତମାସ ୯ରୁ ୧୪ଯାଏ ୫ଦିନ ଧରି କୁମ୍ଭୀ ର ଠାବ କରାଯାଇଥିଲା । ଭିତରକନିକା ଭିତରେ ଥିବା ନଦୀ, ନାଳଗୁଡିକରେ ଏ ବର୍ଷ ୧୬୩୬ କୁମ୍ଭୀର ଥିବା ବେଳେ ଭିତରକନିକା ବାହାରେ ଥିବା ନଦୀ, ନାଳଗୁଡିକରେ ୧୦୬ଟି କୁମ୍ଭୀର ଥିବା ଡିଏଫ୍ଓ ବି ସୂଚନା ଦେଇଛନ୍ତି।

ଅନ୍ୟପଟେ ବନ୍ଦ ପରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଜାତୀୟ ଉଦ୍ୟାନ । ଦେଶ ବିଦେଶର ପର‌୍ୟ୍ୟଟକଙ୍କ ପାଇଁ ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଆଜିଠୁଠାରୁ ଖୋଲିବ । ଚଳିତମାସ ୬ରୁ ୧୪ ତାରିଖ ଯାଏଁ ୯ ଦିନ ଧରି ଭିତରକନିକା ବନ୍ଦ ରହିଥିଲା। ଏହି ସମୟରେ ଭିତରକନିକା ମଧୢରେ ପ୍ରବାହିତ ନଦୀ, ନାଳ ଗୁଡିକରେ ଥିବା ବଉଳା କୁମ୍ଭୀର ଓ ଭିତରକନିକାରେ ଭିଡ଼ ଜମାଇଥିବା ବିଦେଶାଗତ ପକ୍ଷୀଙ୍କ ଗଣନା କରାଯାଇଥିଲା।