ଭୁବନେଶ୍ୱର ଦାରୁଠେଙ୍ଗ ବଡବାଙ୍କରେ କୁମ୍ଭୀର ଆତଙ୍କ: ପଥର ଖଣି ଖାଲରେ ୫ ଫୁଟର କୁମ୍ଭୀର ଦେଖିବା ପରେ ସ୍ଥାନୀୟ ଅଂଚଳରେ ଆତଙ୍କ

70

କନକ ବ୍ୟୁରୋ: ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ବଡବାଙ୍କରେ କୁମ୍ଭୀର ଆତଙ୍କ । ପଥରଖଣିରେ ଜମି ରହିଥିବା ପାଣିରେ ଦେଖିବାକୁ ଏକ ବିରାଟକାୟ ମିଳିଛି । କୁମ୍ଭୀରଟିର ଲମ୍ବ ୫ ଫୁଟ ହେବ । ଏପରିକି ୪ରୁ ୫ଟି ବତକ ମଧ୍ୟ କୁମ୍ଭୀର ଖାଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।

ଚନ୍ଦକା ଦମପଡା ଅଭାୟାରଣ୍ୟର ଡେରାସ ଡ୍ୟାମରୁ ବର୍ଷା ପାଣିରେ କୁମ୍ଭୀରଟି ଚାଲିଆସିଥିବା ଅନୁମାନ କରାଯାଉଛି । କୁମ୍ଭୀର ଦେଖିବା ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି । ବନ ବିଭାଗ ଓ ନନ୍ଦନ କାନନ କତୃପକ୍ଷ କୁମ୍ଭୀରଟିକୁ ଉଦ୍ଧାର କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ୍, ଏହା ପ୍ରାୟ ଲମ୍ବ ୫ ଫୁଟ ଲମ୍ବର ବଉଳା କୁମ୍ଭୀର। ତେବେ ଏହା ଚନ୍ଦକା ଅଭୟାରଣ୍ୟର ଡେରାସ ଡ୍ୟାମ୍ରୁ ବର୍ଷା ପାଣିରେ ଚାଲି ଆସିଥିବା ସ୍ଥାନୀୟ ଲୋକ ଅନୁମାନ କରୁଛନ୍ତି। କୁମ୍ଭୀର ଦେଖା ଯିବାରୁ ସ୍ଥାନୀୟ ଅଞ୍ଚଳରେ ଏବେ ଆତଙ୍କ ଖେଳିଯାଇଛି। ତେବେ ବନବିଭାଗ ପାଖରେ ଏଯାଏ ଖବର ପହଞ୍ଚିପାରି ନଥିବା ବେଳେ କୁମ୍ଭୀରଟିକୁ ଉଦ୍ଧାର କରାଯାଇ ପାରିନାହିଁ।