କୁମ୍ଭୀର ପାଟିରେ ହାତୀ ! ଦେଖନ୍ତୁ କିଭଳି ବଂଚିଲେ ଗଜରାଜ

37

କନକ ବ୍ୟୁରୋ : ବଂଚିବା ପାଇଁ ଜୀବନ ଯୁଦ୍ଧରେ ସମସ୍ତଙ୍କୁ ସଂଗ୍ରାମ କରିବାକୁ ପଡିଥାଏ । ତେଣିକି ସେ ମଣିଷ ହୁଅନ୍ତୁ ବା ଜୀବଜନ୍ତୁ । ତେବେ ଏହି ସଂଘର୍ଷ ସମସୟରେ ଯିଏ ସବୁବେଳେ ପାଖେ ପାଖେ ରହିଥାନ୍ତି ସେ ହେଉଛନ୍ତି ପରିବାର ଲୋକ । ଏହାର ପ୍ରମାଣ ମିଳିଛି ନିକଟରେ ଭାଇରାଲ୍ ହୋଇଥିବା ଏକ ଭିଡିଓରେ । ତେବେ ଏହି ଭିଡିଓ ଦେଖିଲେ କିଛି ସମୟ ପାଇଁ ଆପଣଙ୍କ ହୃଦୟର ଗତି ନିଶ୍ଚିତ ଭାବରେ ଥମି ଯିବ ।

କାରଣ ଏହି ଭିଡିଓରେ ଦେଖିବାକୁ ମିଳିଛି ସହ ପାଣି ପିଇବାକୁ ଆସିଥିବା ସମୟରେ ଗୋଟିଏ ହାତୀ ଛୁଆର ଶୁଣ୍ଢକୁ ଗୋଟିଏ କୁମ୍ଭୀର ଯୋରରେ କାମୁଡି ଧରିଥିଲା । ଅନେକ ସମୟ ଯାଏଁ ଚେଷ୍ଟା କରିଥିଲେ ମଧ୍ୟ କୁମ୍ଭୀରଟି ଉକ୍ତ ହାତୀ ଛୁଆର ଶୁଣ୍ଢକୁ ଛାଡି ନଥିଲା । ତେବେ ପାଖରେ ଥିବା ଅନ୍ୟ ହାତୀମାନଙ୍କ ସାହାଯ୍ୟରେ ହାତୀ ଛୁଆଟି ରକ୍ଷା ପାଇଥିଲା । ଘଟଣାଟି ହେଉଛି ଆଫ୍ରିକାର ଲିୱୋଣ୍ଡେ ନ୍ୟାସନାଲ୍ ପାର୍କରେ । ତେବେ ସେୟାର୍ ହେବାର ଅଳ୍ପ ଦିନ ମଧ୍ୟରେ ଏହାକୁ ପ୍ରାୟ ୧୦ଲକ୍ଷ ଲୋକ ଦେଖି ସାରିଲେଣି ।