ବାଘୁଣୀ ପରେ ଏବେ କୁମ୍ଭୀର ଆତଙ୍କ ! ବନ୍ୟାଜଳରେ ଗାଁ ପାଖ ନଦୀରୁ ଗ୍ରାମ ଭିତରକୁ କୁମ୍ଭୀର ପଶିଥିବା ଆଶଙ୍କାରେ ଆତଙ୍କିତ ଗ୍ରାମବାସୀ ।

44

କନକ ବ୍ୟୁରୋ: ବାଘୁଣି ପରେ ଏବେ କୁମ୍ଭୀର ଆତଙ୍କରେ ଆତଙ୍କିତ ଅଛନ୍ତି ଅନୁଗୁଳର ସାତକୋଶିଆ ଗ୍ରାମବାସି । ରାସ୍ତା ଉପରେ ୪ ଫୁଟର ବନ୍ୟା ଜଳ ସହିତ ଟିକରପଡା ଗଣ୍ଡ ରହିଥିବାରୁ କୁମ୍ଭୀର ଗାଁ ଭିତରେ ପସିବାର ଆସଙ୍କା ରହିଛି । ବନ୍ୟା ଜଳ ଗାଁ ଭିତରେ ପ୍ରବେଶ କରିବା କାରଣରୁ ଅନେକ ଫସଲ ମଧ୍ୟ ନଷ୍ଟ ହୋଇଛି ।

ସୂଚନା ଅନୁଯାୟୀ, ମହାନଦୀରେ ବନ୍ୟା ଫଳରେ ଅନୁଗୁଳ ଜିଲ୍ଲାର ଟିକରପଡା ଓ ଆଠମଲ୍ଲିକ ଅଞ୍ଚଳ ପ୍ରଭାବିତ ହୋଇଛି । ସାତକୋଶିଆ ଅଭୟାରନ୍ୟ ମଧ୍ୟରେ ଥିବା ଟିକରପଡା ଅଞ୍ଚଳରେ ବନ୍ୟା ପାଣି ମାଡିଯିବା ଯୋଗୁଁ ଗଂଇଦି ଓ ବେହେରାସାହି, ମଝିପଡା, ଟିକରପଡା ପ୍ରଭୁତି ଗାଁ ଚାଷ ଜମିରେ ପାଣି ମାଡିଯିବା ସହ ଟିକରପଡା ରାସ୍ତା ବିଛିନ୍ନ ହୋଇ ଯାଇଛି । ଏହି ସବୁ ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ୫ ଫୁଟର ବନ୍ୟା ଜଳ ପ୍ରଭାହିତ ହେଉଛି । ୫ଟି ଗ୍ରାମ ଏବେ ଜଳବନ୍ଦୀ ହୋଇ ରହିଛି । ଏହି ଗ୍ରାମ ଗୁଡିକ ସାତକୋଶିଆ ଗଣ୍ଡ ନିକଟରେ ହୋଇଥିବାରୁ କମ୍ଭୀର ଏବଂ ଅନ୍ୟ ଜଳଚର ପ୍ରାଣୀ ଘର ଭିତରକୁ ପସିବାର ଆଶଙ୍କା ରହିଛି । ଯାହା ଫଳରେ ଗ୍ରାମବାସୀମାନେ ଆତଙ୍କିତ ଅବସ୍ତାରେ ଅଛନ୍ତି । ସେପଟେ ସାତକୋଶିଆରେ ଛଡାଯାଇଥିବା ବାଘୁଣି ଏହି ଅଞ୍ଚଳରେ ଦେଖାଦେଇଥିବା କଥା ଗ୍ରାମବସୀମାନେ କହିଛନ୍ତି ।

ବନ୍ୟା ଜଳ ଗାଁ ପ୍ରବେଶ କରିବା ପରଠାରୁ ଗ୍ରାମବାସୀମାନେ ଆତଙ୍କିତ ଅବସ୍ତାରେ ଅଛନ୍ତି । ଏନେଇ ପ୍ରଶାସନ ତରଫରୁ ବିଭିନ୍ନ ଅଫିସରମାନେ ଘଟଣା ସ୍ଥଳରେ ପହଞ୍ଚିବା ସହ ଅଧିକ ପାଣି ବଢିଲେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ଅନୁସାଙ୍ଗିକ ବ୍ୟବସ୍ଥା କରିଥିବା କଥା ଅନୁଗୁଳ ଏଡିଏମ ତପନ ଶତପଥୀ ପ୍ରକାଶ କରିଛନ୍ତି ।