ନଈରେ କୁମ୍ଭୀର : ଆତଙ୍କରେ ପଟ୍ଟାମୁଣ୍ଡାଇ ବ୍ଲକର ବ୍ରାହ୍ମଣୀ ନଦୀକୂଳିଆ ଗାଁ

36

କେନ୍ଦ୍ରାପଡ଼ା : ନଈରେ କୁମ୍ଭୀର । ଆତଙ୍କରେ ନଈକୂଳିଆ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ବ୍ରାହ୍ମଣୀ ନଦୀକୂଳିଆ ଗାଁ ଗୁଡ଼ିକରେ ଏବେ କୁମ୍ଭୀର ଆତଙ୍କ । ଭିରତକନିକା ଡାଙ୍ଗମାଳ କୁମ୍ଭୀର ପ୍ରଜନନ କେନ୍ଦ୍ର କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ନଦୀ ନାଳକୁ ସଂଯୋଗ କରୁଛି । ଆଉ ଏହି ଜଳସ୍ରୋତ ଦେଇ କୁମ୍ଭୀର ଚାଲିଆସୁଥିବାରୁ ସ୍ଥାନୀୟ ଅଚଂଳରେ ଆତଙ୍କର ବାତାବରଣ ଦେଖିବାକୁ ମିଳିଛି । ଏମିତିକି କିଛି ଲୋକ କୁମ୍ଭୀର ଆକ୍ରମଣରେ ଶିକାର ହୋଇଥିବା ମଧ୍ୟ ଲୋକେ ଅଭିଯୋଗ କରିଛନ୍ତି । ବନବିଭାଗ ପକ୍ଷରୁ ଗାଧୁଆ ତୁଠ ଗୁଡ଼ିକରେ ନିର୍ମାଣ ହୋଇଥିବା ବାଡ଼ ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗି ଯାଇଥିବାରୁ ଦିନକୁ ଦିନ ଲୋକଙ୍କ ମଧ୍ୟରେ କୁମ୍ଭୀର ଭୟ ବଢ଼ିବାରେ ଲାଗିଛି । ତେବେ କୁମ୍ଭୀର ଆତଙ୍କ ଥିବାରୁ ରାଜନଗର ଅଂଚଳରେ ବାଡ଼ ନିର୍ମାଣ ଚାଲିଥିବା ସ୍ଥାନୀୟ ରେଞ୍ଜର ସୂଚନା ଦେଇଛନ୍ତି ।