ଶୋଷରେ ନଇକୂଳିଆ ଗାଁ ! କୁମ୍ଭୀର ଭୟରେ ନଦୀକୁ ପାଣି ପାଇଁ ଯିବାକୁ ଭୟ କରଛନ୍ତି ରାଜନଗର ବାସୀ

49

କନକ ବ୍ୟୁରୋ : ପାଣି ଚିନ୍ତାରେ କେନ୍ଦ୍ରପାଡ଼ା ରାଜନଗର ଅଞ୍ଚଳବାସୀ । ପାଣି ପାଇଁ ବହୁ ଅସୁବିଧାର ସାମ୍ନା କରୁଛନ୍ତି ନଦୀକୂଳିଆ ଗ୍ରାମବାସୀ । ଖରାଦିନେ ନଇକୂଳିଆ ଲୋକ ପାନୀୟ ଜଳ ପାଇଁ ନଦୀ ଉପରେ ନିର୍ଭର କରିଥାନ୍ତି । ହେଲେ ନଦୀରେ କୁମ୍ଭୀର ଆକ୍ରମଣ ଏଠାକାର ଲୋକଙ୍କ ପାଇଁ ନୀତିଦିନିଆ ସମସ୍ୟା ଭାବେ ଉଭା ହୋଇଛି । ବାରମ୍ବାର କୁମ୍ଭୀର ଆକ୍ରମଣ ଯୋଗୁ ନଦୀକୁ ଯିବାକୁ ଭୟ କରୁଛନ୍ତି ଗ୍ରାମବାସୀ ।

ବନବିଭାଗ ପକ୍ଷରୁ ଗାଧୁଆ ତୁଠ ଗୁଡିକରେ ବାଥିଙ୍ଗ ଘାଟର ସୁବିଧା କରାଯାଇଥାଏ । ଜାଲ ଭିତରେ ନିରାପଦରେ ଗ୍ରାମବାସୀ ଗାଧୋଇବା ସହ ପାଣି ଆଣିଥାନ୍ତି । ଏବେ ସେଗୁଡିକ ଭାଙ୍ଗିରୁଜି ଯାଇଥିବାରୁ ଲୋକେ ନଦୀକୁ ଯିବାକୁ ଭୟ କରୁଛନ୍ତି । ସରକାରୀ ରିପୋର୍ଟ ଅନୁସାରେ କୋଡିଏ ବର୍ଷରେ କୁମ୍ଭୀର ଆକ୍ରମଣରେ ଶହେରୁ ଅଧିକ ଲୋକ ଲୋକ ପ୍ରାଣହରାଇଥିବା ବେଳେ ୫୦୦ରୁ ଉର୍ଦ୍ଧ ଆହତ ହୋଇଛନ୍ତି ।ପାଣି ନ ପିଇଲେ ନଚଳେ । ସ୍ଥଳ ଭାଗରେ ଜଳ ସଙ୍କଟ ଆଉ ନଦୀକୁ ଗଲେ କୁମ୍ଭୀରର ଭୟ । ଏଭଳି ସ୍ଥିତିରେ ରାଜନଗରବାସୀ କରିବେ କଣ ତାହାକୁ ନେଇ ଚିନ୍ତାରେ ପଡିଛନ୍ତି ।