ପାରାଦୀପ ଉପକଣ୍ଠରେ କୁମ୍ଭୀର ଆତଙ୍କ : ବାରମ୍ବାର ଗୁହାରି ପରେ ଶୁଣୁନିି ବନବିଭାଗ

23

ପାରାଦୀପ : ପାରାଦୀପ ଜଟାଧାର ନୂଆ ମୁହାଣ ନିକଟସ୍ଥ ଏକ ନଦୀରେ କୁମ୍ଭୀର ଆତଙ୍କ । ତ୍ରିଲୋଚନପୁର ଗାଁର କେତେକ ମତ୍ସଜୀବୀ ମାଛ ଧରିବାକୁ ଯାଇଥିବା ବେଳେ ଜାଲରେ ୩ଟି କୁମ୍ଭୀର ପଡିଥିଲେ । କିନ୍ତୁ ୨ଟି କୁମ୍ଭୀର ଜାଲରୁ ଖସିଯାଇଥିବା ବେଳେ ଗୋଟିଏ କୁମ୍ଭୀର ଜାଲରେ ଛନ୍ଦି ହୋଇପଡିଥିଲା । କୁମ୍ଭୀରଟି ବର୍ତମାନ ଜୀବନ୍ତ ଅବସ୍ଥାରେ ଅଛି । ମାସେ ହେବ ଏଠାରେ କୁମ୍ଭୀର ଆତଙ୍କ ଦେଖାଦେଉଥିବା ବେଳେ ଏନେଇ ବନବିଭାଗକୁ ଅବଗତ କରାଯାଇଥିଲା । କିନ୍ତୁ ବନବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ଫଳରେ ଏହି ନଦୀ ଉପରେ ନିର୍ଭର କରୁଥିବା ଶହ ଶହ ମତ୍ସଜୀବୀ ଏବେ ନଦୀକୁ ମାଛ ଧରିବାକୁ ଯିବାକୁ ଭୟ କରୁଛନ୍ତି ।