କୋରାପୁଟ ଜିଲ୍ଲା ବାଗଦେରୀ ଗାଁରେ କୁମ୍ଭୀର ଆତଙ୍କ । ନଦୀରୁ ଆସି ୪ ଦିନ ହେଲା ଗାଁ ପୋଖରୀରେ ଥିଲେ ୨ କୁମ୍ଭୀର

ରାତି ହେଲେ ରାସ୍ତାକୁ ଉଠି ଆସି ବୁଲୁଥିବାବେଳେ ଗାଡି ଚଢ଼ି ଗୋଟିଏର ମୃତ୍ୟୁ

205

କନକ ବ୍ୟୁରୋ: କୋରାପୁଟ ଜିଲ୍ଲା ବାଗଡେରୀ ପଂଚାୟତରେ କୁମ୍ଭୀରକୁ ନେଇ କୋକୁଆ ଭୟ । ୪ ଦିନ ହେଲା ନିକଟରେ ଥିବା ନଦୀରୁ ଚାଲି ଆସିଥିବା ୪ କୁମ୍ଭୀର ସ୍କୁଲ ନିକଟ ପଂଚାୟତ ପୋଖରୀରେ ଡେରା ପକାଇଛି । ପୋଖରୀରେ କିଛି ଆହାର ମିଳୁ ନଥିବାରୁ ରାତିରେ ରାସ୍ତାକୁ ଉଠି ଗାଁରେ ବୁଲି ବୁଲି ଆହାର ଖୋଜୁଛି । ଏହି ସମୟରେ ଚଳାଚଳ କରୁଥିବା ଗାଡି ଚକାତଳେ ଚାପି ହୋଇ ଗୋଟିଏ କୁମ୍ଭୀରର ମୃତ୍ୟୁ ହୋଇଥିବା ଜଣାପଡିଛି ।

ହେଲେ ଅନ୍ୟ ୩ଟି କୁମ୍ଭୀର ବର୍ତମାନ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳାଇଛନ୍ତି । ଶୀତୁଆ ସକାଳ ହୋଇଥିବାରୁ ଖରା ଖାଇବାକୁ ପଦାକୁ ଆସିଛି । ଦେଖିବାକୁ ଲୋକଙ୍କ ଭିଡ ଜମୁଛି । ନିକଟରେ ସ୍କୁଲ ଥିବାରୁ ପିଲାଙ୍କ ଭୟ ବଢ଼ିଯାଇଛି । ତେବେ ବନବିଭାଗ ଏହି ସୂଚନା ପାଇଥିଲେ ମଧ୍ୟ ଚୁପ୍ ରହିଥିବା ଅଭିଯୋଗ ହୋଇଛି ।