ଗୁଜୁରାଟ ମହିସାଗର ଖୋଦିୟାର ମାତା ମନ୍ଦିରରୁ ଉଦ୍ଧାର ହେଲା କୁମ୍ଭୀର : ଦେଖିବାକୁ ଲୋକଙ୍କ ଭିଡ, ମଆଙ୍କ ବାହାନ ଭାବି ପୂଜାର୍ଚ୍ଚନା

180

କନକ ବ୍ୟୁରୋ : ମନ୍ଦିର ଭିତରେ କୁମ୍ଭୀର । ଗୁଜୁରାଟ ମହୀସାଗର ଜିଲ୍ଲାର ପଲ୍ଲା ଗାଁର ଖୋଡିୟାର ମାତା ମନ୍ଦିରରେ ଦେଖିବାକୁ ମିଳିଲା ୬ଫୁଟର ଏକ ବିରାଟ କୁମ୍ଭୀର । ଗ୍ରାମବାସୀ ଏହା ଜାଣିବା ପରେ ଏହାକୁ ଶୁଭ ସଙ୍କେତ ବୋଲି କହିବା ସହ କୁମ୍ଭିରଟିର ପୂଜାର୍ଚ୍ଚନା କରିଛନ୍ତି । ମଗରମାଛକୁ ପଟେଲ ସମୁଦାୟର କୁଳଦେବୀ ମା ଖୋଡିୟାରଙ୍କ ବାହନ ବୋଲି ବିଶ୍ୱାସ କରାଯାଏ । ସେଥିପାଇଁ ମନ୍ଦିର ଭିତରେ କୁମ୍ଭୀରକୁ ଦେଖିବା ପରେ ଲୋକମାନେ ପୂଜାର୍ଚ୍ଚନ କରିବା ଆରମ୍ଭ କରିଦେଇଥିଲେ । ଚନ୍ଦନ, ସିନ୍ଦୂର ସହ ଫୁଲ ଦେଇ କୁମ୍ଭୀରଟିର ପୂଜାର୍ଚ୍ଚନା କରାଯାଇଛି ।

ଏହାର ଗୋଟିଏ ଦିନ ପୂର୍ବରୁ ସଂକୃକ୍ତ ମନ୍ଦିରରୁ ଚୋରି ହୋଇଥିଲା । ତେବେ ତାପରେ କୁମ୍ଭୀରର ଉପସ୍ଥିତିକୁ ଲୋକେ ଶୁଭ ବୋଲି ଭାବି ପୂଜାର୍ଚ୍ଚନା କରିଥିଲେ । ସେପଟେ ଖବର ପାଇ ଘଟଣାସ୍ଥଳରେ ବନବିଭାଗ ଟିମ ପହଁଚିଥିଲା । ଲୋକମାନେ ପୂଜାଚ୍ଚର୍ନ କରୁଥିବାରୁ କୁମ୍ଭୀରଠୁ ଦୁରେଇ ରହିବାକୁ ଲୋକଙ୍କୁ ବନବିଭାଗ ପକ୍ଷରୁ କୁହାଯାଇଥିଲା । ଦୀର୍ଘ ୨ଘଂଟାର କସରତ ପରେ ବନବିଭାଗ କୁମ୍ଭୀରଟିକୁ ଉଦ୍ଧାର କରିଛି । ନିକଟରେ ଥିବା ଏକ ପୋଖରୀରୁ କୁମ୍ଭୀରଟି ଚାଲିଆସିଥିବା ଅନୁମାନ କରାଯାଉଛି ।