ଘରେ ପଶିଲା କୁମ୍ଭୀର : ମାଲକାନଗିରିୁ ମୁନୁଷ ଗ୍ରାମବାସୀ କଲେ କାବୁ

29

କନକ ବ୍ୟୁରୋ : ମାଲକାନଗିରିର ମୁନୁଷ ଗାଁରେ କୁମ୍ଭୀର ଆତଙ୍କ । ମୁନୁଷ ଗାଁରେ ଜଣକ ଘର ଅଗଣାରେ କୁମ୍ଭୀର ଦେଖିବାକୁ ମିଳିଛି । ଘର ଭିତରେ ୨ ଶିଶୁ ଶୋଇଥିବା ବେଳେ ଘର ଅଗଣାରେ କୁମ୍ଭୀର ଦେଖି ଘର ଲୋକ ଆତଙ୍କିତ ହୋଇପଡିଥିଲେ । ପରେ ଘର ଆଜବେଷ୍ଟ କାଢି ୨ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା । ରାତି ସାରା ଏହି ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ସକାଳୁ ଗ୍ରାମବାସୀ ଆସି ବହୁ କଷ୍ଟରେ କୁମ୍ଭୀରକୁ କାବୁ କରିଥିଲେ ।

କୁମ୍ଭୀରଟି ୨୦୦ କେଜି ଓଜନର ହୋଇଥିବା ବେଳେ ଲମ୍ବ ୮ ଫୁଟ । ଖବର ପାଇ ବନବିଭାଗ ଘଟଣା ସ୍ଥଳରେ ପହଚିଂ କୁମ୍ଭୀରକୁ ଠାବ କରିଥିଲେ । ଯନ୍ତାରେ କୁମ୍ଭୀରକୁ ନେଇ ଅନ୍ୟତ୍ର ଛାଡିବାକୁ ବ୍ୟବସ୍ଥା କରାଯାଉଛି । ସତୀଗୁଡା ଜଳଭଣ୍ଡାରରୁ କୁମ୍ଭୀର ଉଠିଆସିଥିବା ଜଣାଯାଇଛି ।