ନନ୍ଦନକାନନ ବାଘ ଖୁଆଡରେ ପଶିଲା କୁମ୍ଭୀର । ପାଣି ଭିତରୁ କୁମ୍ଭୀରକୁ ଧରିବାକୁ ଧଳାବାଘ ସମ୍ରାଟର ଉଦ୍ୟମ

ବାଘ ସମ୍ରାଟର କ୍ଷତି ନକରିବା ଉପରେ କର୍ତୁପକ୍ଷଙ୍କ ଗୁରୁତ୍ୱ

208

କନକ ବ୍ୟୁରୋ: ଧଳାବାଘ ଖୁଆଡରେ କୁମ୍ଭୀର ଛୁଆ । ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଧଳାବାଘ ସମ୍ରାଟ ରହୁଥିବା ଖୁଆଡ ଭିତରେ ଏକ ଛୋଟ କୁମ୍ଭୀରକୁ ଦେଖିବାକୁ ମିଳିଛି । କୁମ୍ଭୀରର ବୟସ ୨ ମାସ ହେବ ବୋଲି ଅନୁମାନ କରାଯାଉଛି ।

କୁମ୍ଭୀରଟି ସମ୍ରାଟ ରହୁଥିବା ଖୁଆଡ ନମ୍ବର ୩୩ରେ ଥିବା ଜଳାଶୟରେ ରହୁଥିବା ଜଣାପଡିଛି । ବାଘ ଖୁଆଡ ଭିତରକୁ କୁମ୍ଭୀର କିପରି ଆସିଲା ସେ ନେଇ ତନାଘନା ଚାଲିଛି ।କୁମ୍ଭୀର ଯେଭଳି ସମ୍ରାଟର କୌଣସି କ୍ଷତି ନ କରେ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି । ଗତକାଲି ଅପରାହ୍ନରେ ସମ୍ରାଟକୁ ଖାଇବାକୁ ଦିଆଯାଇଥିଲା ।

ପରେ ଏହି କକ୍ଷକୁ ବନ୍ଦ କରାଯାଇଥିଲା । ନନ୍ଦନକାନନ କର୍ମଚାରୀମାନେ ପାଣି ଭିତରୁ କୁମ୍ଭୀରକୁ ଧରିବାକୁ ଉଦ୍ୟମ କରିଥିଲେ । କିନ୍ତ ସନ୍ଧ୍ୟା ହୋଇଯିବାକୁ କୁମ୍ଭୀର ଧରା ସ୍ଥଗିତ ରଖାଯାଇଥିଲା । ଆଜି ପୁଣି କୁମ୍ଭୀରକୁ ଧରିବାକୁ ଉଦ୍ୟମ କରାଯିବ ବୋଲି ଜଣାଯାଇଛି ।