ଜେଲ ପାଚେରୀ ଡ଼େଇଁ ଫେରାର ହୋଇଗଲା କଏଦୀ । କାମ ଦେଲାନି ଜେଲର ଉଚ୍ଚା ଉଚ୍ଚା ପାଚେରୀ । ନାବାଳିକା ଦୁଷ୍କର୍ମ ମାମଲାରେ ଥିଲେ ଜେଲରେ

ପାଚେରୀ ଡେଇଁ ଫେରାର ହେବାର ଦୃଶ୍ୟ ସିସିଟିଭିରେ କଏଦ

1,350

କନକ ବ୍ୟୁରୋ: ଜେଲ ପାଚେରୀ ଡ଼େଇଁ ଫେରାର ହୋଇଗଲା କଏଦୀ । କାମ ଦେଲାନି ଜେଲର ଉଚ୍ଚା ଉଚ୍ଚା ପାଚେରୀ । କଏଦୀ ଜେଲ ପାଚେରୀ ଡ଼େଇଁ ଫେରାର ହେବାର ପୁରା ଚିତ୍ର କଏଦ୍ ହୋଇଛି ସିସିଟିଭିରେ । ଢ଼େଙ୍କାନାଳ ମୁଖ୍ୟ କାରାଗାରରୁ କଏଦୀ ଖସି ପଳାଇବାରେ ଖବର ସାମ୍ନାକୁ ଆସିବା ପରେ ଆସିଛି ଏହି ସିସିଟିଭି ଦୃଶ୍ୟ । ନାବାଳିବା ଦୁଷ୍କର୍ମ ଅଭିଯୋଗରେ ୨୦ ଦିନ ହେବ ଢେଙ୍କାନାଳ ଜେଲରେ ବନ୍ଦୀ ଥିଲା ଅଭିଯୁକ୍ତ ଶିବ ମୁଣ୍ଡା ।

 

ତେବେ ଜେଲର ଦକ୍ଷୀଣ-ପଶ୍ଚିମ ପାଚେରୀର କୋଣରେ ତିଆରି ହୋଇଥିବା ଟାୱାର ସାହାଯ୍ୟରେ ସେ ପାଚେରୀ ଉପରକୁ ଆସିଥିଲା । କଂଟାବାଡ ରେଲିଂରେ ନିଜ ପିନ୍ଧା ଲୁଗିଂକୁ ଚିରି ଗଂଠି ପକାଇ ତାହାରି ସାହାଯ୍ୟରେ ପାଚେରୀ ପଛପଟ ରୋଡକୁ ଡେଇଁ ଖସି ପଳାଇଲା ଶିବ । ଜିଲ୍ଲା ପୋଲିସ ଏବଂ ଜେଲ କର୍ତୁପକ୍ଷ ତନାଘନା ପରେ ବି ଫେରାର କଏଦୀର କୌଣସି ସନ୍ଧାନ ମିଳିନାହିଁ । ସେପଟେ ଜେଲରେ ୱାଡ଼େନଙ୍କ କଡ଼ା ପହରା ସତ୍ୱେ କଏଦୀ କିପରି ଖସିଲା ତାହା ସାଧାରଣରେ ପ୍ରଶ୍ନ଼ ସୃ୍ଷ୍ଟି କରୁଛି ।