ଶ୍ରଦ୍ଧା କପୁରଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ! ଏବେ କେମିତି ବଂଚିବେ ‘ହସିନା ପାରକର୍’

42

ଅଡୁଆରେ ଆଶିକି ଗର୍ଲ । ଶ୍ରଦ୍ଧା କପୁରଙ୍କ ବିରୋଧରେ ଲାଗିଛି ଅପରାଧିକ ମାମଲା । ଶ୍ରଦ୍ଧାଙ୍କ ବିରୋଧରେ ମାମଲା ରୁଜୁ କରିଛି ଏକ କପଡା ଉତ୍ପାଦନକାରୀ କମ୍ପାନୀ । ଏହା ସହ ଶ୍ରଦ୍ଧାଙ୍କ ଆଗାମୀ ସିନେମା ‘ହସିନା ପାରକର’ର ପ୍ରଯୋଜକଙ୍କ ବିରୋଧରେ ମଧ୍ୟ ଆଣିଛନ୍ତିି ସଙ୍ଗୀନ୍ ଅଭିଯୋଗ ଆଣିଛି ଉକ୍ତ କମ୍ପାନୀ । ବିଶ୍ୱାସ ଭାଙ୍ଗିବା ଏବଂ ଧୋକ୍କା ଦେବା ଭଳି ଅଭିଯୋଗ ଆଣି ରୁଜୁ କରିଛି ମାମଲା ।

haseena_647_061617062346ସୂଚନା ମୂତାବକ, ସିନେମା ‘ହସିନା ପାରକର’ ସହ ଚୁକ୍ତି କରିଛି ଏକ କପଡା ଉତ୍ପାଦନକାରୀ କମ୍ପାନୀ ‘ଏଜିଟିଏମ’ସହ । ଏହି ଚୁକ୍ତି ମୂତାବକ ସିନେମାର ପ୍ରମୋସନ୍ ସମୟରେ ଶ୍ରଦ୍ଧା ପିନ୍ଧୁଥିବା କପଡାରେ ଏହି କମ୍ପାନୀର ଟ୍ୟାଗ୍ ଲାଗିବ । କିନ୍ତୁ ଶ୍ରଦ୍ଧା ଏହି ଚୁଙ୍କୁ ଉଲଂଘନ କରିଛନ୍ତି । ତେଣୁ ଚୁକ୍ତି ଉଲଂଘନ କରିଥିବା ଅଭିଯୋଗରେ ଉକ୍ତ କମ୍ପାନୀ ଶ୍ରଦ୍ଧା ଏବଂ ସିନେମାର ପ୍ରଯୋଜକଙ୍କ ବିରୋଧରେ ମୁମ୍ବାଇ କୋର୍ଟରେ ମାମଲା ରୁଜୁ କରିଛି । ଏହି ମାମଲାର ଶୁଣାଣୀ ୨୬ ଅକ୍ଟୋବରରେ ହେବ ।

ଉଲ୍ଲେଖଯୋଗ୍ୟ ସିନେମା ‘ହସିନା ପାରକର୍’ ଦାଉଦ୍ ଇବ୍ରାହିମର ଭଉଣୀ ହସିନା ଉପରେ ଆଧାରିତ । ଶ୍ରଦ୍ଧା କପୁର ହସିନା ଭୂମିକାରେ ଅଭିନୟ କରୁଥିବା ବେଳେ ଦାଉଦ୍ ଭୂମିକାରେ ନଜର ଆସିବେ ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତ କପୁର । ସିନେମାରେ ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତ କପୁରଙ୍କ ମୁଖ୍ୟ ଭୂମିକା ରହିଛି । ଦୁଇ ଭାଇ ଭଉଣୀ ପ୍ରଥମ ଥର ଗୋଟିଏ ଫିଲ୍ମରେ ଏକାଠି ନଜର ଆସୁଛନ୍ତି ।