ବ୍ରହ୍ମପୁର : ପୋଲସରା ନିକଟ ସିଂହାସନୀ ଜଙ୍ଗଲ ନିକଟରେ ପୋଲିସ ଏନକାଉଁଟରରେ ଦୁର୍ଦ୍ଧାନ୍ତ ଅପରାଧୀ ବାଦଲ ରାଉତ ଗୁରୁତର

33

କନକ ବ୍ୟୁରୋ : ପୋଲିସ ଏନକାଉଁଟରରେ ଦୁର୍ଦ୍ଧାନ୍ତ ଅପରାଧୀ ବାଦଲ ରାଉତ ଗୁରୁତର । ବ୍ରହ୍ମପୁର ପୋଲସରା ନିକଟ ସିଂହାସନୀ ଜଙ୍ଗଲ ନିକଟରେ ଏନକାଉଁଟର କରିଛି ପୋଲିସ୍ । ବାଦଲର ବମଗୋଡରେ ବାଜିଛି ଗୁଳି ।ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି କରାଯାଇଛି ।

ବାଦଲ ନିକଟରୁ ଗୋଟିଏ ବନ୍ଧୁକ, ଗୋଟିଏ ଗୁଳି ସମେତ ଅଫୁଟା ଗୁଳି ଜବତ କରିଛି ପୁଲିସ୍ । ସୂଚନା ଅନୁଯାୟୀ ବାଦଲ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା ରହିଛି । ବିଶେଷକରି ବାଲେଶ୍ୱର, ଖୋର୍ଦ୍ଧା, ଯାଜପୁର ଜିଲ୍ଲାରେ ବାଦଲ ନାଁରେ ଏକାଧିକ ମାମଲା ରହିଛି ।