ପାରଳା ଗଣଆତ୍ମହତ୍ୟା ମାମଲା : ଆଜିଠାରୁ କ୍ରାଇମବ୍ରାଂଚ ଏସଆଇଟିର ଦ୍ୱିତୀୟ ପର୍ଯ୍ୟାୟ ଛାନଭିନ୍

31

ପାରଳାଖେମୁଣ୍ଡି : ପାରଳା ଗଣଆତ୍ମହତ୍ୟା ମାମଲାରେ ଆଜି ଆରମ୍ଭ ହେବ କ୍ରାଇମବ୍ରାଂଚ ଏସଆଇଟିର ଦ୍ୱିତୀୟ ପର୍ଯ୍ୟାୟ ତଦନ୍ତ । ଏହାରି ଭିତରେ ମୃତ ଅନଙ୍ଗମଞ୍ଜରୀ ଓ ଭାଇ, ଭଉଣୀଙ୍କ ହସ୍ତାକ୍ଷର, ସୁଇସାଇଡ ନୋଟ ଅକ୍ଷର ସହ ମେଳ ଖାଇସାରିଛି । ତେଣୁ ଏକ ଯୋଜନାବଦ୍ଧ ଷଡଯନ୍ତ୍ର କରି ରାଜାଙ୍କ ମ୍ୟାନେଜରଙ୍କ ଉପରେ ମାନସିକ ଚାପ ପକାଯାଇଥିବା ଧିରେଧିରେ ସ୍ପଷ୍ଟ ହେବାରେ ଲାଗିଛି । ଏହା ପଛର କାରଣ କଣ ସେନେଇ ତଦନ୍ତ ଆଗେଇବା ସମ୍ଭାବନା ରହିଛି । ମୃତ ମ୍ୟାନେଜରଙ୍କ ପରିବାର ଦେଇଥିବା ଏତଲା ଆଧାରରେ ମଧ୍ୟ ଏସଆଇଟି ଖୋଳତାଡ କରିବା ଆଶା କରାଯାଉଛି ।