ଓଡିଶାରେ ବଢୁଛି ଶିଶୁମାନଙ୍କ ବିରୋଧରେ ଅପରାଧ !

21

କନକ ବ୍ୟୁରୋ : ଓଡିଶାରେ ବଢୁଛି ଶିଶୁମାନଙ୍କ ବିରୋଧରେ ଅପରାଧ । ୨୦୧୫ ଅପେକ୍ଷା ୨୦୧୬ରେ ଏପରି ଅପରାଧର ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ନ୍ୟାସନାଲ କ୍ରାଇମ୍ ରେକର୍ଡସ ବ୍ୟୁରୋ ବା ଏନସିଆରବି ଦ୍ୱାରା ପ୍ରକାଶିତ କ୍ରାଇମ୍ ଇଣ୍ଡିଆ-୨୦୧୬ ରିପୋର୍ଟରୁ ଏପରି ତଥ୍ୟ ସାମନାକୁ ଆସିଛି । ରିପୋର୍ଟ ଅନୁଯାୟୀ ୨୦୧୫ରେ ଶିଶୁଙ୍କ ବିରୋଧରେ ମୋଟ ଅପରାଧ ସଂଖ୍ୟା ୨ ହଜାର ୫ ଶହ ୬୨ ଥିବା ବେଳେ ୨୦୧୬ରେ ୨୮ ପ୍ରତିଶତ ବୃଦ୍ଧି ହୋଇଛି ।

ଅର୍ଥାତ୍ ଗତ ବର୍ଷ ଶିଶୁଙ୍କ ବିରୋଧରେ ଅପରାଧର ସଂଖ୍ୟା ହେଉଛି ୩ ହଜାର ୨ଶହ ୮୬ । ଏଥିମଧ୍ୟରୁ ଗତବର୍ଷ କେବଳ ବଳାତ୍କାରର ଶିକାର ହୋଇଛନ୍ତି ୧୨ ଶହ ୫୮ ଶିଶୁ । ସେହିପରି ୨୦୧୫ରେ ବଳାତ୍କାରର ଶିକାର ହୋଇଥିବା ଶିଶୁଙ୍କ ସଂଖ୍ୟା ଥିଲା ୯୯୫ । ତୁଳନାତ୍ମକ ଭାବେ ଦେଖିଲେ ମହିଳାଙ୍କ ପ୍ରତି ବଳାତ୍କାର ଅପରାଧର ସଂଖ୍ୟା ହ୍ରାସ ହୋଇଥିବା ବେଳେ ଶିଶୁଙ୍କ ବିରୋଧରେ ଅପରାଧର ମାତ୍ରା ବଢି ଚାଲିଛି । ଯାହା ଶିଶୁମାନଙ୍କ ନିରାପତା ପ୍ରତି ବିପଦ ସୃଷ୍ଟି କରିଛି ବୋଲି କୁହାଯାଇପାରେ ।