ପାର୍ସଲ ବୋମାର ମାଷ୍ଟର ମାଇଣ୍ଡକୁ କଟକରୁ ପାଟଣାଗଡକୁ ଆଣିଲା କ୍ରାଇମବ୍ରାଂଚ । ଆଜି ଏସଡିଜିଏମ କୋର୍ଟରେ ପୁଞ୍ଜିଲାଲ ମେହେରଙ୍କୁ କରାଯିବ ହାଜର

34

କନକ ବ୍ୟୁରୋ: ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଖଳନାୟକ ପୁଞ୍ଜିଲାଲ ମେହେରଙ୍କୁ ଆଜି ପାଟଣାଗଡ କୋର୍ଟରେ ହାଜର କରିବ କ୍ରାଇମବ୍ରାଂଚ । ଗତକାଲି ରିମାଣ୍ଡ ଅବଧି ସରିବା ପରେ ବିଳମ୍ବିତ ରାତିରେ ପୁଞ୍ଜିଲାଲକୁ କଟକରୁ ପାଟଣାଗଡକୁୁ ଅଣାଯାଇଛି । ଗତ ରାତିରେ କ୍ରାଇମବ୍ରାଂଚ ଟିମ ପୁଂଜିଲାଲକୁ ନେଇ ପାଟଣାଗଡ ଆସିବା ପରେ ତାଙ୍କୁ କେନ୍ଦୁପତ୍ର ବାଙ୍ଗଲାରେ ରଖିଛି । ଆଜି ତାଙ୍କୁ ପାଟଣାଗଡ ଏସଡିଜିଏମ କୋର୍ଟରେ ହାଜର କରାଯିବ । ପାଟଣାଗଡ ଏସଡିଜିଏମ କୋର୍ଟରେ ପୁଞ୍ଜିଲାଲକୁ ହାଜର କରିବା ପରେ ପୁଣି ୮ ଦିନ ରିମାଣ୍ଡ ଆଣିବାକୁ କ୍ରାଇମବ୍ରାଂଚ ଆବେଦନ କରିବ ବୋଲି ସୂଚନା ମିଳିଛି । ଦ୍ୱିତୀୟ ଦଫା ରିମାଣ୍ଡ ସମୟରେ ତାଙ୍କୁ ରାୟପୁର ନେଇ ଯାଂଚ କରିବାରୁ ଯୋଜନା ରହିଛି ।

ଉଲ୍ଲେଖ ଥାଉ କି, ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ ମହେରଙ୍କ ରିମାଣ୍ଡ ଅବଧି ଶେଷ ହେଉଛି । ଆଜି କ୍ରାଇମବ୍ରାଂଚ ତାଙ୍କୁ ପାଟଣାଗଡ ଏସଡିଜିଏମ କୋର୍ଟରେ ହାଜର କରିବ । ପାଟଣାଗଡ କୋର୍ଟରେ ପୁଞ୍ଜିଲାଲକୁ ହାଜର ପରେ ପୁଣି ୮ ଦିନ ରିମାଣ୍ଡ ଆଣିବାକୁ କ୍ରାଇମବ୍ରାଂଚ ଆବେଦନ କରିବ ବୋଲି ସୂଚନା ମିଳିଛି । ଦ୍ୱିତୀୟ ଦଫା ରିମାଣ୍ଡ ସମୟରେ ତାଙ୍କୁ ରାୟପୁର ନେଇ ଯାଂଚ କରିବାକୁ ଯୋଜନା ରହିଛି । ଏହି ମାମଲାରେ କ୍ରାଇମବ୍ରାଂଚ ଆଇଜି ଅରୁଣ ବୋଥ୍ରା ଓ ଆଇଜି ଅମିତାଭ ଠାକୁରଙ୍କ ସହ ଆଲୋଚନା କରିଛନ୍ତି ଆରପି ଶର୍ମା । କ୍ରାଇମବ୍ରାଂଚ ସ୍କାନରରେ ଅଟୋ ଡ୍ରାଇଭର ରହିଛି । ଅଟୋ ଡ୍ରାଇଭରକୁ ଖୋଜିବା ପାଇଁ ୩ଟି ଟିମ ଗଠନ ହୋଇଛି । ଗୋଟିଏ ଟିମ ରାୟପୁର ଯାଇଥିବା ଆର ପି ଶର୍ମା କହିଛନ୍ତି ।

ପୁଂଜିଲାଲ ଯେଉଁ ରୁଟରେ ବୁଲୁଥିଲା ତାହାର ସିସିଟିଭି ଫୁଟେଜ ଅନୁଧ୍ୟାନ ହେଉଛି । କୋରିୟର ସଂସ୍ଥାର ସିସିଟିଭି ଇସ୍ରାଏଲ ପଠାଯିବାର ସୂଚନା ମିଳିଛି । ପୁଜିଂଲାଲ ବିରୋଧରେ ଅଧିକ ପ୍ରମାଣ ଯୋଗାଡ କରିବାକୁ ପ୍ରୟାସ କରାଯାଉଥିବା ଡିଜିପି କହିଛନ୍ତି । ଏହା ସହ ପୁଂଜିଲାଲକୁ ଜେରା ବେଳେ କ୍ରାଇମବ୍ର୍ରାଂଚକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ଏପରିକି ଅଟୋ ରିକ୍ସା ଡ୍ରାଇଭର ଯଦି ନିଜେ ଆସି କ୍ରାଇମବ୍ରାଂଚ ପାଖରେ ହାଜର ହେବେ ତେବେ ତାକୁ ପୁରସ୍କାର ଦିଆଯିବ ବୋଲି ମଧ୍ୟ କୁହାଯାଇଛି । ମୁଖ୍ୟ ଅଭିଯୁକ୍ତ ଇଂରାଜୀ ଅଧ୍ୟାପକ ପୁଂଜିଲାଲ ମେହେରଙ୍କୁ ଗିରଫ ପରେ୬ ଦିନିଆ ରିମାଣ୍ଡରେ ନେଇ ଜେରା କରୁଛି କ୍ରାଇମବ୍ରାଂଚ ।