ଜୟପୁର କୁନ୍ଦୁଲି ପୀଡିତାଙ୍କ ପରିବାରକୁ ଭେଟିଲା କ୍ରାଇମବ୍ରାଂଚ ଟିମ୍ ! ୨ ଘଂଟା କାଳ ପଚରାଉଚରା

21

କନକ ବ୍ୟୁରୋ : କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ କ୍ରାଇମବ୍ରାଂଚର ତନାଘନା । ଆଜି ପୀଡିତାଙ୍କ ପରିବାରକୁ ଭେଟିଛିନ୍ତି କ୍ରାଇମବ୍ରାଂଚ ଟିମ୍ । ପୀଡିତାଙ୍କ ମା, ଖୁଡୀ ଓ ୨ ଭାଇଙ୍କୁ ଭେଟିଛନ୍ତି କ୍ରାଇମବ୍ରାଂଚ ଟିମ । ୨ ଘଂଟା କାଳ ନିବୁଜ କୋଠରୀ ମଧ୍ୟରେ ଜଣକୁ ଜଣକୁ ପଚାଉଚରା କରିଛି ଟିମ । ଘଟଣା ସଂପର୍କରେ ଟିକନିକ କରି ପୀଡିତାଙ୍କ ପରିବାରକୁ ପଚାରିଛି ଟିମ । ସେପଟେ ଅନ୍ୟଡାକ୍ତର ଦ୍ୱାରା ପୀଡିତାରଙ୍କ ମେଡିକାଲ ଟେଷ୍ଟ କରାଯାଉ । ଏବଂ ଘଟଣାର ସିବିଆଇ ଯାଂଚ ସହ ନ୍ୟାୟ ଦାବି କରିଛନ୍ତି ପୀଡିତାଙ୍କ ପରିବାର । ଗତକାଲି ପୀଡିତାଙ୍କୁ ଭେଟିବା ସହ ଘଟଣାସ୍ଥଳ ପରିଦର୍ଶନ କରିଥିଲେ କ୍ରାଇମବ୍ରାଂଚ୍ର ଏହି ଟିମ୍ । କୁନ୍ଦୁଲିରେ କ୍ରାଇମବ୍ରାଂଚ୍ ତଦନ୍ତର ଆଜି ଦ୍ୱିତୀୟ ଦିନ ହୋଇଥିବା ବେଳେ ସତ ବାହାର କରିବାକୁ ତନାଘନା ଚଳାଇଛି କ୍ରାଇମବ୍ରାଂଚ୍ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କ୍ରାଇମବ୍ରାଂଚ ତଦନ୍ତ ଚଳାଇଛି ।