OTET ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଓ ଭାଇରାଲ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ! ପୂରା ଘଟଣା ସର୍ମ୍ପକରେ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଚିଠି ଲେଖି ଅବଗତ କଲେ ବୋର୍ଡ ସଭାପତି

204

ଓଟିଇଟି ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ଓ ଭାଇରାଲ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଏନେଇ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଚିଠି ଲେଖିଛନ୍ତି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି । ଚିଠିରେ ପୂରା ଘଟଣା ସର୍ମ୍ପକରେ କ୍ରାଇମବ୍ରାଞ୍ଚକୁ ଅବଗତ କରିଛନ୍ତି ବୋର୍ଡ ସଭାପତି । ଏହାପୂର୍ବରୁ ପ୍ରଶ୍ନପତ୍ର ଲିକ୍ ଓ ଭାଇରାଲ ପାଇଁ ଓଟିଇଟି ପରୀକ୍ଷାକୁ ବାତିଲ କରାଯାଇଥିଲା । ଯାହାକୁ ଦୁର୍ଭାଗ୍ୟଜନକ କହିଥିଲେ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷା ।

ପରୀକ୍ଷା ପୂର୍ବରୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଓଟିଇଟି ପରୀକ୍ଷାର ପ୍ରଶ୍ନପତ୍ର । ପ୍ରଶ୍ନପତ୍ର ସହ ଉତ୍ତର ମଧ୍ୟ ଭାଇରାଲ ହୋଇଥିଲା । ତେବେ ପରୀକ୍ଷା କେବେ ହେବ ସେନେଇ ପରବର୍ତ୍ତୀ ସମୟରେ ନିର୍ଦ୍ଧାରଣ କରାଯିବ ବୋଲି ସୂଚନା ମିଳିଛି । ଆଗକୁ ମାଟ୍ରିକ ପରୀକ୍ଷା ଆସୁଥିବା ବେଳେ, ମାଟ୍ରିକ ପରୀକ୍ଷା ଶେଷ ହେବା ପରେ ଓଟିଇଟି ପରୀକ୍ଷା ପାଇଁ ତାରିଖ ଧାର୍ଯ୍ୟ କରାଯିବ ବୋଲି ଜଣାପଡିଛି ।