ରମାଦେବୀ ଛାତ୍ରୀଙ୍କ ଫଟୋ ଭାଇରାଲ ପ୍ରସଙ୍ଗର ଫାଶ ଫିଟାଉଛି କ୍ରାଇମବ୍ରାଂଚ ! ଗ୍ଲାମର ଦୁନିଆ ମୋହ ଦେଖାଇ ଯୁବତୀମାନଙ୍କୁ ଟାର୍ଗେଟ କରୁଥିଲା ଅଭିଯୁକ୍ତ

24

କନକ ବ୍ୟୁରୋ : ରମାଦେବୀ ଛାତ୍ରୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ନେଇ ଫାଶ ଫିଟାଉଛି କ୍ରାଇମବ୍ରାଂଚ । କେଉଁଠି ଫଟୋ ତିଆରି ହେଉଥିଲା ଏହାର ଠିକଣା ପାଇ ଚଢଉ କରିଛି କ୍ରାଇମବ୍ରାଂଚ । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଗ୍ଲାମର ଦୁନିଆର ମୋହ ଦେଖାଇ ଯୁବତୀମାନଙ୍କୁ ଟାର୍ଗେଟ କରୁଥିଲା ସୁଜିତ ।
ବିଉଟି କଂଟେଷ୍ଟରେ ଭାଗ ନେବା ପାଇଁ ଫଟୋ ପ୍ରୋଫାଇଲ କରି ହ୍ୱାଟ୍ସଆପରେ ଗ୍ରୁପ୍ କରୁଥିଲା ଅଭିଯୁକ୍ତ । ଆଉ ତାପରେ ସୋସିଆଲ ମିଡିଆରେ ଭାଇରାଲ କରିଥିଲା ଫଟୋ । ସୁଜିତଠାରୁ ମିଳିଥିବା ତଥ୍ୟ ଆଧାରରେ କଟକ ଓ ଭୁବନେଶ୍ୱରର ଦୁଇଟି ଷ୍ଟୁଡିଓରେ ରେଡ କରିଥିଲା ଏସଆଇଟି ।

ଅଧିକ ତଥ୍ୟ ହାସଲ ପାଇଁ ସୁଜିତକୁ କ୍ରାଇମବ୍ରାଂଚ ପୁଣି ୪ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଥିବା ସୂଚନା ଦେଇଛନ୍ତି କ୍ରାଇମବ୍ରାଂଚ ସ୍ୱତନ୍ତ୍ର ଡିଜି ବିଜୟ କୁମାର ଶର୍ମା ।