ସୂଚନା ଦିଅ ପୁରସ୍କାର ନିଅ ! ନୟାଗଡ ଗଣହତ୍ୟା ଘଟଣାର ଅପରାଧୀଙ୍କୁ ଧରିବା ପାଇଁ କ୍ରାଇମବ୍ରାଂଚର ଘୋଷଣା

27

ନୟାଗଡ : ନୟାଗଡ ଚାନ୍ଦପୁର ୪ ଜଣଙ୍କୁ ହତ୍ୟା ଘଟଣା । ଅଭିଯୁକ୍ତଙ୍କୁ ଧରିବାରେ ବିଫଳ କ୍ରାଇମବ୍ରାଂଚ୍ । ହତ୍ୟାକାଣ୍ଡର ୨ ବର୍ଷ ପରେ ହାତ ଟେକି ଦେଇଛି କ୍ରାଇମବ୍ରାଂଚ୍ । ଶେଷରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ସାଧାରଣ ଜନତାଙ୍କ ସହଯୋଗ ଲୋଡିଛି । ଅପରାଧୀଙ୍କ ସଂପର୍କରେ ସୂଚନା ଦେବା ପାଇଁ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଛି କ୍ରାଇମବ୍ରାଂଚ୍ । ଘଟଣାର ୨ ବର୍ଷ ପରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇ କ୍ରାଇମବ୍ରାଂଚ୍ ନିଜର ଅପାରଗତାକୁ ସ୍ୱୀକାର କରିଛି । ତେବେ ଚାପରେ ପଡି କ୍ରାଇମବ୍ରାଞ୍ଚ ଏଭଳି କରିଥିବା ଚର୍ଚ୍ଚା ହେଉଛି ।

ଚାନ୍ଦପୁର ଗଣହତ୍ୟା ଅପରାଧୀଙ୍କ ସଂପର୍କରେ ସୂଚନା ଦେଲେ ମିଳିବ ୫୦ ହଜାର ଟଙ୍କା । ଆଉ ସୂଚନାଦାତାଙ୍କ ପରିଚୟ ସଂପୂର୍ଣ ଗୋପନ ରଖାଯିବ । ଏଭଳି କିଛି ଲେଖାଥିବା ପୋଷ୍ଟର ଲଗାଇଛି କ୍ରାଇମବ୍ରାଂଚ୍ । ୨୦୧୪ ମସିହା ସେପ୍ଟେମ୍ବର ୬ରେ ନୟାଗଡ ଚାନ୍ଦପୁରର କାଶିନାଥ ପାତ୍ରଙ୍କ ପରିବାରର ୪ ଜଣଙ୍କୁ ବିଭସô ଭାବେ ହତ୍ୟା କରିଥିଲେ ଦୁବୃତ୍ତ । ଘଟଣାର ସିବିଆଇ ତଦନ୍ତ ଦାବୀ ହୋଇଥିଲା । ହେଲେ ସରକାର ଏହି ଘଟଣାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଂଚକୁ ଦେଇଥିଲେ । ପାଖାପାଖି ୨ ବର୍ଷ ବି ଅପରାଧୀଙ୍କ ବାବଦରେ କୌଣସି ସୁରାକ ପାଇଲାନି କ୍ରାଇମବ୍ରାଂଚ୍ । କ୍ରାଇମବ୍ରାଂଚର ତଦନ୍ତରେ ଅସନ୍ତୁଷ୍ଟ ମୃତ କାଶିନାଥଙ୍କ ପୁଅ ଶୁଭେନ୍ଦୁ ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ । ମାନ୍ୟବର ହାଇକୋର୍ଟ ଚଳିତ ମାସ ୨୦ ସୁଦ୍ଧା ଏ ସଂପର୍କୀତ ରିପୋର୍ଟ ଦାଖଲ ପାଇଁ ନିର୍ଦେଶ ଦେଇଥିବା ବେଳେ ନିଜର ଅପାରଗତା ଘୋଡାଇବା ପାଇଁ କ୍ରାଇମବ୍ରାଂଚ ଏଭଳି ନାଟକ କରୁଥିବା ଅଭିଯୋଗ ହୋଇଛି । ଏହି ଘଟଣାର ଆରଡିସି ସ୍ତରୀୟ ତଦନ୍ତ ଦାବି କରିଥିଲା ଆଞ୍ଚଳିକ ନାଗରୀକ କମିଟି । ଏଥିପାଇଁ ସରକାର ନିର୍ଦେଶ ମଧ୍ୟ ଦେଇଥିଲେ । ହେଲେ ଏବେ ତା ବି ସନ୍ଦେହ ଘେରରେ ।