ବିରାଟ ଆଣ୍ଡ କୋ ବର୍ଷକୁ ପାଇବେ ୧୨ କୋଟି । ହେବେ ବିଶ୍ୱର ସବୁଠାରୁ ଧନୀ କ୍ରିକେଟର

44

ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ ହେଉଛି ବିସିସିଆଇ । ଆଗାମୀ ଗୋଟିଏ ସପ୍ତାହ ଭିତରେ ବିରାଟ କୋହଲି ଓ ତାଙ୍କ ଟିମ ମଧ୍ୟ ପୃଥିବୀର ସବୁଠାରୁ ଧନୀ କ୍ରିକେଟର ହେବାକୁ ଯାଉଛନ୍ତି । ବଢିବ ଭାରତୀୟ କ୍ରିକେଟରଙ୍କ ଦରମା । କୋହଲି ଆଣ୍ଡ କୋଙ୍କ ଦରମା ୧୨କୋଟି ଟଙ୍କାକୁ ବୃଦ୍ଧି ପାଇବ । ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ସିଓଏ ବା କମିଟି ଅଫ ଆଡମିନଷ୍ଟ୍ରେଟରସ ସହ ଏନେଇ ଆଲୋଚନା କରିଥିଲେ କୋହଲି, ଧୋନୀ ଓ ରବି ଶାସ୍ତ୍ରୀ ।
ଗ୍ରେଡ –ଏ ଚୁକ୍ତିବଦ୍ଧ ହୋଇଥିବା ଖେଳାଳି ବାର୍ଷିକ ପାଖାପାଖି ୧୨ କୋଟି ଟଙ୍କା ପାଇବେ ଏବଂ ଅଧିନାୟକଙ୍କ ଦରମା ତାଠାରୁ ଅଧିକ ହେବ । ସେହିପରି ଗ୍ରେଡ-ବି ଖେଳାଳି ବାର୍ଷିକ ୮କୋଟି ଓ ଗ୍ରେଡ ସିରେ ଖେଳୁଥିବା ଖେଳାଳି ବାର୍ଷିକ ପାଇବେ ୪କୋଟି ।

ବର୍ତମାନ ଚୁକ୍ତି ଅନୁସାରେ ଭାରତର ଟପ ଖେଳାଳି କୋହଲି,ପୂଜାରା ଓ ଅଶ୍ୱିନୀ ବାର୍ଷିକ ଦୁଇ କୋଟି ପାଉଥିବା ବେଳେ ଗ୍ରେଡ –ବି ଖେଳାଳିମାନେ ବାର୍ଷିକ ଏକ କୋଟି ଓ ଗ୍ରେଡ ସି ପ୍ଲେୟାରମାନେ ବାର୍ଷିକ ୫୦ଲକ୍ଷ ଟଙ୍କା ପାଉଛନ୍ତି ।