ବିଶ୍ୱ କ୍ରିକେଟର ନୂଆ ଏକ ରେକର୍ଡ ! ଟି-ଟ୍ୱେଂଟିରେ ୧୦ ହଜାର ରନ ପୁରଣ କଲେ କ୍ରିକେଟର କ୍ରିସ ଗେଲ

24

କନକ ବ୍ୟୁରୋ : କାରବିଆନ୍ କ୍ରିକେଟର କ୍ରିସ ଗେଲ ଏକ ମାଇଲଖୁଂଟ ସୃଷ୍ଟି କରିଛନ୍ତି । ରାଜକୋଟର ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିଅମରେ ଏକ ବିଶ୍ୱରେକର୍ଡ କରିଛନ୍ତି । ଟି-୨୦ କ୍ରିକେଟର ପ୍ରଥମ ଖେଳାଳି ଭାବେ ସେ ୧୦ ହଜାର ରନ ପୁରଣ କରିଛନ୍ତି ।

ମଙ୍ଗଳବାର ଆଇପିଏଲ -୧୦ର ଏକ ମୁକାବିଲାରେ ସେ ଏହି ସଫଳତା ହାସଲ କରିଛନ୍ତି । ରୟାଲ ଚାଲେଂଜର୍ସ ବାଙ୍ଗାଲୁରୁ ଓ ଗୁଜୁରାଟ ଲାୟନ୍ସ ମଧ୍ୟରେ ଚାଲିଥିବା ମ୍ୟାଚରେ ଗେଲ୍ ବ୍ୟକ୍ତିଗତ ୩ ରନ୍ କରିବା ସହ ସେ ଏହି ମ୍ୟାଜିକ୍ ନମ୍ବର ଛୁଇଁବାର ଅଧିକାରୀ ହୋଇଥିଲେ ।

ବର୍ତମାନ ସୁଦ୍ଧା କ୍ରିସ ଗେଲ୍ ଟି-୨୦ରେ ମୋଟ ୨୯୦ ମ୍ୟାଚରେ ୨୮୫ ଇନିଙ୍ଗସ୍ ବ୍ୟାଟିଂ କରିଛନ୍ତି । ମୋଟ ୧୮ଟି ଶତକ ସହାୟତାରେ ୧୦ ହଜାର ୭୪ ରନ୍ କରିସାରିଛନ୍ତି । ୨୦୦୫ ମସିହାରୁ ସେ ଟି-୨୦ ମ୍ୟାଚ ଖେଳି ଆସୁଛନ୍ତି ଏବଂ ସେ ବିଶ୍ୱର ମୋଟ୍ ୨୦ଟି ଟି-୨୦ ଦଳରେ ଖେଳିଛନ୍ତି ।