କ୍ରିକେଟ୍ ମହାକୁମ୍ଭ ! ଭାରତ ଖେଳିଥିଲା ବିଶ୍ୱକପ୍ ଇତିହାସର ପ୍ରଥମ ମ୍ୟାଚ୍ ।

256

କନକ ବ୍ୟୁରୋ : ପାଖଉଛି ବିଶ୍ୱକପ, ବଢୁଛି ଉତ୍କଣ୍ଠା । ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବ କ୍ରିକେଟ୍ ମହାକୁମ୍ଭ । କ୍ରିକେଟରେ ବିଶ୍ୱ ଚାମ୍ପିୟନସିପର ଆରମ୍ଭ ୧୯୧୨ରେ ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ଦକ୍ଷିଣ-ଆଫ୍ରିକା ଦ୍ୱାରା କରାଯାଇଥିଲା । କିନ୍ତୁ ଏହା ପରେ ୧୯୭୫ରେ ଟେଷ୍ଟ କ୍ରିକେଟ୍ ଖେଳୁଥିବା ଦେଶଗୁଡିକ ମଧ୍ୟରେ ଏକ ପ୍ରତିଯୋଗିତା ରୂପରେ ଅଣାଯାଇଥିଲା । ପ୍ରଥମ ବିଶ୍ୱକପରେ ଟେଷ୍ଟ କ୍ରିକେଟ୍ ଖେଳୁଥିବା ୬ଟି ଦେଶ (ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ, ଭାରତ ଏବଂ ପାକିସ୍ତାନ) ସାମିଲ ଥିଲେ । ଏମାନଙ୍କ ବ୍ୟତୀତ ଶ୍ରୀଲଙ୍କା ଏବଂ ଇଷ୍ଟ-ଆଫ୍ରିକା ମଧ୍ୟ ଏଥିରେ ଭାଗ ନେଇଥିଲେ ।

କ୍ରିକେଟ୍ ବିଶ୍ୱକପର ଆରମ୍ଭ ୧୯୭୫ରେ ହୋଇଥିଲା । ଏପର୍ଯ୍ୟନ୍ତ ବିଶ୍ୱକପର ୧୧ଟି ସଂସ୍କରଣ ଖେଳାଯାଇଥିବା ବେଳେ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ସର୍ବାଧିକ ୫ ଥର ବିଶ୍ୱକପ ଜିତିଛି । ଅଷ୍ଟ୍ରେଲିଆ ପରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ୨-୨ ଥର, ଶ୍ରୀଲଙ୍କା ଏବଂ ପାକିସ୍ତାନ ୧-୧ ଥର ବିଶ୍ୱକପ ନିଜ ନାମରେ କରିଛନ୍ତି । ଆସନ୍ତୁ ନଜର ପକାଇବା ୧୯୭୫ରୁ ନେଇ ଆଜି ପର୍ଯ୍ୟନ୍ତ କ୍ରିକେଟ୍ ବିଶ୍ୱକପର ଫଳାଫଳ ଉପରେ ।

୧୯୭୫ – ୱେଷ୍ଟଇଣ୍ଡିଜ (ଚାମ୍ପିୟନ), ଅଷ୍ଟ୍ରେଲିଆ (ରନର୍ସଅପ୍)
୧୯୭୯ – ୱେଷ୍ଟଇଣ୍ଡିଜ (ଚାମ୍ପିୟନ), ଇଂଲଣ୍ଡ (ରନର୍ସଅପ୍)
୧୯୮୩ – ଭାରତ (ଚାମ୍ପିୟନ), ୱେଷ୍ଟଇଣ୍ଡିଜ (ରନର୍ସଅପ୍)
୧୯୮୭ – ଅଷ୍ଟ୍ରେଲିଆ (ଚାମ୍ପିୟନ), ଇଂଲଣ୍ଡ (ରନର୍ସଅପ୍)
୧୯୯୨ – ପାକିସ୍ତାନ (ଚାମ୍ପିୟନ), ଇଂଲଣ୍ଡ (ରନର୍ସଅପ୍)
୧୯୯୬ – ଶ୍ରୀଲଙ୍କା (ଚାମ୍ପିୟନ), ଅଷ୍ଟ୍ରେଲିଆ (ରନର୍ସଅପ୍)
୧୯୯୯ – ଅଷ୍ଟ୍ରେଲିଆ (ଚାମ୍ପିୟନ), ପାକିସ୍ତାନ (ରନର୍ସଅପ୍)
୨୦୦୩ – ଅଷ୍ଟ୍ରେଲିଆ (ଚାମ୍ପିୟନ), ଭାରତ (ରନର୍ସଅପ୍)
୨୦୦୭ – ଅଷ୍ଟ୍ରେଲିଆ (ଚାମ୍ପିୟନ), ଶ୍ରୀଲଙ୍କା (ରନର୍ସଅପ୍)
୨୦୧୧ – ଭାରତ (ଚାମ୍ପିୟନ), ଶ୍ରୀଲଙ୍କା (ରନର୍ସଅପ୍)
୨୦୧୫ – ଅଷ୍ଟ୍ରେଲିଆ (ଚାମ୍ପିୟନ), ନ୍ୟୁଜିଲାଣ୍ଡ (ରନର୍ସଅପ୍)