ବିଶ୍ୱକପ ୨୦୧୯: ଆଜି ଖେଳାଯିବ ଦୁଇଟି ମ୍ୟାଚ୍ । ଆୟୋଜକ ଇଂଲଣ୍ଡକୁ ସାମ୍ନା କରିବ ବାଂଲାଦେଶ, ସେପଟେ ନ୍ୟୁଜିଲାଣ୍ଡ-ଆଫଗାନିସ୍ତାନ ମଧ୍ୟରେ ଟକ୍କର ।

68

କନକ ବ୍ରୁରୋ: କ୍ରିକେଟ୍ ବିଶ୍ୱକପ୍ ୨୦୧୯ ଆଜି ଖେଳାଯିବ ଦୁଇଟି ମ୍ୟାଚ୍ । ଅପରାହ୍ନ ୩ ଟାରେ ଆୟୋଜକ ଇଂଲଣ୍ଡକୁ ଭେଟିବ ବାଂଲାଦେଶ । ସେପଟେ ସନ୍ଧ୍ୟା ୬ଟାରେ ପଏଣ୍ଟ ଟେବୁଲ ଟପର ନ୍ୟୁଜିଲାଣ୍ଡକୁ ସାମ୍ନା କରିବ ଆଫଗାନିସ୍ତାନ । ତେବେ ଲଣ୍ଡନର ସୋଫିଆ ଗ୍ରାଉଣ୍ଡରେ ମ୍ୟାଚ ନମ୍ବର ୧୨ରେ ମୁହଁମୁହିଁ ହେବେ ଇଂଲଣ୍ଡ ଏବଂ ବାଂଲାଦେଶ । ଏହି ପଡ଼ିଆ ବ୍ୟାଟିଂ ପିଚ୍ ହୋଇଥିଲେ ମଧ୍ୟ ଦୁଇ ପ୍ରତିଦ୍ୱନ୍ଦିଙ୍କ ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି ଆଶା କରାଯାଉଛି । କାରଣ ବର୍ତ୍ତମାନ ବାଂଲାଦେଶର ବ୍ୟାଟିଂ ଅର୍ଡର ମଜବୁତ ରହିଛି । ତେଣୁ ଆୟୋଜକ ଇଂଲଣ୍ଡ ବାଂଲାଦେଶକୁ ହାଲକାରେ ନେବ ନାହିଁ ବୋଲି କ୍ରୀଡ଼ା ସମୀକ୍ଷକମାନେ ମତ ରଖୁଛନ୍ତି ।

ସେହିଭଳି ସନ୍ଧ୍ୟାରେ ମ୍ୟାଚ୍ ନମ୍ବର ୧୩ରେ ପଏଣ୍ଟ ଟେବୁଲ ଶୀର୍ଷ ସ୍ଥାନରେ ଥିବା ଶକ୍ତିଶାଳୀ ନ୍ୟୁଜିଲାଣ୍ଡକୁ ଭେଟିବ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ଥିବା ଆଫଗାନିସ୍ତାନ ଦଳ । ତେବେ ଶାନଦାର ଶନିବାରରେ ଏହି ମ୍ୟାଚ୍ ନମ୍ବର ୧୨ ଏବଂ ୧୩କୁ ଦେଖିବା ପାଇଁ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । କାରଣ ଗତକାଲି ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ହେବାକୁଥିବା ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ୍ ହୋଇଥିଲା । ତେଣୁ ଆଜିର ଦୁଇଟି ମ୍ୟାଚକୁ ଉପଭୋଗ କରିବା ପାଇଁ ଅପେକ୍ଷାରେ ରହିଛନ୍ତି କ୍ରୀଡ଼ା ପ୍ରେମୀ ।