ଶୋଚନୀୟ ପରାଜୟ ପରେ ମୁହଁ ଖୋଲିଲେ ଶୋଏବ୍ ଅଖତର୍ ! କହିଲେ , ପାକିସ୍ତାନ ଅଧିନାୟକ ସରଫରାଜ୍ ଙ୍କ ମୁଣ୍ଡରେ ବୁଦ୍ଧି ନାହିଁ ।

7,693

ଟିମ୍ ଇଣ୍ଡିଆ ବିପକ୍ଷରେ ଶୋଚନୀୟ ପରାଜୟ ପରେ ପାକିସ୍ତାନର ପୂର୍ବ ଫାଷ୍ଟ୍ ବୋଲର୍ ଶୋଏବ୍ ଅଖତର୍ ନିଜ ଟିମର ଖୁବ୍ ଆଲୋଚନା କରିଛନ୍ତି । ସେ କହିଛନ୍ତି ପାକ୍ ଅଧିନାୟକ ସରଫରାଜଙ୍କ ମୁଣ୍ଡରେ ବୁଦ୍ଧି ନାହିଁ ଏବଂ ସେ ମ୍ୟ।।ନେଜମେଣ୍ଟ୍ ସାମ୍ନାରେ ବୋକା ହୋଇରହିଛନ୍ତି । ଶୋଏବ୍ ମ୍ୟାଚ୍ ପରେ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ସବୁ ଖେଳାଳୀଙ୍କୁ ନେଇ ଆଲୋଚନା କରିଛନ୍ତି । ଶୋଏବଙ୍କ ମତରେ ଟସ୍ ଜିତିବା ପରେ ପାକିସ୍ତାନକୁ ନିଜେ ବ୍ୟାଟିଙ୍ଗ୍ କରିବାର ଥିଲା । ସେ କହିଥିଲେ ଯେ ଇତିହାସ ସାକ୍ଷୀ ଅଛି ଯେ ଭାରତ ବିପକ୍ଷରେ ପାକ୍ ପ୍ରଥମେ ବୋଲିଙ୍ଗ୍ କଲେ କେବେ ବି ବିଜୟ ହୋଇପାରିବ ନାହିଁ ଏହା ଜାଣିବା ସତ୍ତେ୍ୱ କ୍ୟାପଟେନ୍ ସରଫରାଜ୍ ପ୍ରଥମେ ବୋଲିଙ୍ଗ୍ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ଶୋଏବ୍ କହିଥିଲେ , “ଆମ ମ୍ୟାନେଜମେଣ୍ଟ ବୋକା । ଆମ ଅଧିନାୟକ ମ୍ୟାନେଜମେଣ୍ଟ ଆଗରେ ବୋକା ହୋଇରହିଛି । ତାଙ୍କୁ କିଛି ବି ବୁଝାପଡୁନାହିଁ । ସେ କିଛି ବି କରିପାରିବେ ନାହିଁ । ସେ ଦଶମ ଶ୍ରେଣୀର ଛାତ୍ର ଭଳି ଯାହାକୁ ମ୍ୟାନେଜମେଣ୍ଟ କହେ ଯା ଖେଳିକି ଆସ୍ ।”

ଶୋଏବ୍ ପ୍ରତିଟି ଖେଳାଳୀଙ୍କୁ ନେଇ ଆଲୋଚନା କରିଥିଲେ । ସେ ହସନ୍ ଅଲ୍ଲୀଙ୍କ କଥା ଆଲୋଚନା କରି କହିଥିଲେ ସେ କେବଳ ଟି-୨୦ ଖେଳିବାକୁ ଚାହୁଁଛନ୍ତି । ବାବର୍ ଆଜମ୍ ଙ୍କୁ ନେଇ ସେ କହିଥିଲେ ବେକାରରେ ତାଙ୍କୁ ବଡ ବ୍ୟାଟ୍ସମ୍ୟାନ୍ ବୋଲି କୁହାଯାଉଛି । ସେ ଇମାମ୍ –ଉଲ୍ –ହକ୍ କୁ ନେଇ କହିଥିଲେ ଯେ ତାଙ୍କୁ ଡ୍ରାଇବ୍ ଖେଳିବା ମଧ୍ୟ ଆସୁନାହିଁ । ସେ କହିଛନ୍ତି ଯେ ପାକିସ୍ତାନ ପାଇଁ ଏବେ ସେମିଫାଇନାଲ୍ ପହଁଚିବା ସମ୍ପୁର୍ଣ୍ଣ ଭାବେ ଶେଷ ହୋଇଯିବ । ଆପଣଙ୍କୁ କହିରଖୁଛୁ ଗତକାଲି ଭାରତ ପାକିସ୍ତାନ ବିରୋଧରେ ମାନଚେଷ୍ଟରେ ୮୬ ରନରେ ହରାଇ ପାକିସ୍ତାନର ଶୋଚନୀୟ ପରାଜୟ ହୋଇଛି ।