ବିଶ୍ୱକପରୁ ବାଦ୍ ପଡିବା ପରେ ପାକିସ୍ତାନରେ ପହଁଚିଲେ ସରଫରାଜ୍ ସିପାହୀ ! ଟିମ୍ କୁ ଦେଖି ଏଭଳି ପ୍ରତିକ୍ରିୟା ରଖିଲେ ପ୍ରଶଂସକ , ଦେଖନ୍ତୁ ଭିଡିଓ

1,635

ଆଇସିସି ବିଶ୍ୱକପ୍ ୨୦୧୯ ରେ ଶୋଚନୀୟ ପରାଜୟ ପରେ ପାକିସ୍ତାନ କ୍ରିକେଟ୍ ଟିମ୍ ରବିବାର ସ୍ୱଦେଶ ଫେରିଥିଲେ । ୯ ଟି ମ୍ୟାଚରୁ ୫ ଟିରେ ବିଜୟ ହାସଲ କରିଥିଲେ ମଧ୍ୟ ସରଫରାଜ୍ ସିପାହୀ ନ୍ୟୁଜିଲ୍ୟାଣ୍ଡ ନେଟ୍ ରନରେଟ୍ ରେ ପଛୁଆ ଥିବା କାରଣରୁ ସେମିଫାଇନାଲରେ ନିଜ ସ୍ଥାନ ବଜାୟ ରଖିପାରିନଥିଲେ । ତେବେ ରବିବାର ଅଧିନାୟକ ସରଫରାଜ୍ ଅହମ୍ମଦଙ୍କ ନେତୃତ୍ୱରେ ଟିମ୍ ପ୍ରଥମେ କରାଚୀ ପହଁଚିଥିଲା ।

ସୋସିଆଲ୍ ମିଡିଆରେ ପ୍ରଶଂସକଙ୍କ ଆକ୍ରୋଶ ଦେଖିବା ପରଠାରୁ ଟିମ୍ ଭୟଭୀତ ହୋଇଯାଇଥିଲା । ଏଭଳି ସ୍ଥିତିରେ ସମ୍ପୁର୍ଣ୍ଣ ସୁରକ୍ଷା ସହ ଟିମକୁ ହୋଟେଲ୍ ପର୍ଯ୍ୟନ୍ତ ପହଁଚା ଯାଇଥିଲା । ସୋସିଆଲ୍ ମିଡିଆରେ ଯେଭଳି ଟିମକୁ ଗାଳିଗୁଲଜ କରିବା ସହ ଆକ୍ରମଣାତ୍ମକ ପଦକ୍ଷେପ ନିଆଯାଉଥିଲା ଅସଲରେ ଏୟାରପୋର୍ଟରେ ସେଭଳି କିଛି ହେଲାନାହିଁ । ସରଫରାଜ୍ ସିପାହୀ ବିନା କୌଣସି କ୍ଷତିରେ ହୋଟେଲରେ ପହଁଚିଥିଲେ ।

 

View this post on Instagram

 

Cricket team captain Sarfaraz Ahmed returns from the United Kingdom to Karachi. #DawnToday #DawnViralToday

A post shared by Dawn Today (@dawn.today) on

ପାକିସ୍ତାନ ପହଁଚିବା ପରେ ସରଫରାଜ୍ ପ୍ରେସ୍ କନଫ୍ରେନ୍ସ କରି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ । ପ୍ରଥମ ମ୍ୟାଚ୍ ର ପରାଜୟ ପରଠାରୁ ଟିମ୍ ରନରେଟ୍ ର ଗଣିତକୁ ଧିରେ ଧିରେ ବୁଝିବାକୁ ଲାଗିଥିଲା । ପରମୁହୂର୍ତ୍ତରେ ଟିମ୍ ଏହାକୁ ସୁଧାରିବାକୁ ଚେଷ୍ଟା କରିଥିଲେ ମଧ୍ୟ ପିଚରୁ ସପୋର୍ଟ ମିଳିନଥିଲା । ସେ କହିଥିଲେ ବିଶ୍ୱକପ୍ ରୁ ବାହାରିବାର ଦୁଃଖ ପାକିସ୍ତାନକୁ ଯେଭଳି ଅଛି ଆମକୁ ମଧ୍ୟ ସେଭଳି ଅଛି । କେହି କେବେ ହାରିବା ପାଇଁ ଖେଳିନଥାଏ ।