୬ ଥର ହାରିବା ପରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ମିଳିଲା ସପ୍ତମ ବିଜୟ ! ପଞ୍ଜାବକୁ ୮ ୱିକେଟରେ ହରାଇଲା ଆରସିବି ।

103

ଚଳିତବର୍ଷ ଆଇପିଏଲ୍ ମ୍ୟାଚରେ ଲଗାତାର ବିଫଳତାର ସ୍ୱାଦ ଚାଖୁଥିବା ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ଶେଷରେ ସଫଳତା ହାସଲ କରିଛି । ମୋହାଲୀରେ ଆରସିବି ଏବଂ ପଞ୍ଜାବ ମଧ୍ୟରେ ହୋଇଥିବା ମ୍ୟାଚରେ ଆରସିବି ୮ ୱିକେଟରେ ପଞ୍ଜାବକୁ ହରାଇଦେଇଛି । ବାଙ୍ଗାଲୋର ୧୭୪ ରନର ଲକ୍ଷକୁ ୧୯.୨ ଓଭରରେ ୨ ୱିକେଟ୍ ହରାଇ ହାସଲ କରିଥିଲେ । ବାଙ୍ଗାଲୋରର ଜିତରେ ଅଧିନାୟକ ବିରାଟ କୋହଲୀ ଏବଂ ଏବି ଡିବିଲିୟର୍ସଙ୍କ ପ୍ରମୁଖ ଯୋଗଦାନ ରହିଥିଲା । ବିରାଟ୍ ୬୭ ଏବଂ ଡିବିଲିୟର୍ସ ୫୯ ରନ୍ କରିଥିଲେ । ପଞ୍ଜାବ ପାଇଁ ସାମି ଏବଂ ଅଶ୍ୱିନ୍ ୧-୧ ୱିକେଟ୍ ହାସଲ କରିଥିଲେ ।

ବିଜୟ ସହ ବାଙ୍ଗାଲୋର୍ ର ପଇଣ୍ଟସ୍ ଟେବଲ୍ ରେ ମଧ୍ୟ ଖାତା ଖୋଲିଗଲା । ବାଙ୍ଗାଲୋର ଖେଳିଥିବା ୭ ଟି ମ୍ୟାଚରେ ୧ ରେ ବିଜୟ ପ୍ରାପ୍ତ କରିଛି । ଏବେ ୭ ଲିଗ୍ ମ୍ୟାଚ୍ ରହିଛି । ଆଗକୁ ବଢିବା ପାଇଁ ଆରସିବିକୁ ଏବେ ସବୁ ମ୍ୟାଚ୍ ଜିତିବାକୁ ପଡିବ ଏବଂ ଏଭଳି ପ୍ରଦର୍ଶନ କରିବା ପାଇଁ ଆରସିବିକୁ ଅଧିକରୁ ଅଧିକ ପରିଶ୍ରମ କରିବାକୁ ପଡିବ ।