ଭାରତ ବନାମ ପାକିସ୍ତାନ ମ୍ୟାଚ୍ ପାଇଁ ଦାଉ ସାଧୁଛି ମେଘୁଆ ପାଗ ! ଲାଗିରହିଛି ବର୍ଷା,ପଡିଆରେ ଠାଏଁ ଠାଏଁ ଜାଗାରେ କାଦୁଅ ,ପଡିଆ ଶୁଖାଇବା ପାଇଁ ହେଉଛି ମେସିନର ବ୍ୟବହାର ।

295

ଇଂଲଣ୍ଡରେ ହେବାକୁ ଯାଉଥିବା ଆଇସିସି କ୍ରିକେଟ୍ ବିଶ୍ୱକପରେ ଲଗାତାର ବର୍ଷା ହେବା କାରଣରୁ ଏବେ ସମସ୍ତେ ଚିନ୍ତାରେ ରହିଛନ୍ତିି । ଟୁର୍ଣ୍ଣାମେଣ୍ଟର ୪ ଟି ମ୍ୟାଚ୍ ଲଗାତାର ବର୍ଷା ହେବା କାରଣରୁ ରଦ୍ଦ ହୋଇଯାଇଛି ଏବଂ ଏବେ ଯାଏଁ ବିଶ୍ୱକପର ଅଧାବାଟ ମଧ୍ୟ ସମ୍ପୁର୍ଣ୍ଣ ହୋଇନାହିଁ । ତେବେ ଏହି ଟୁର୍ଣ୍ଣାମେଣ୍ଟର ସବୁଠାରୁ ବଡ ମ୍ୟାଚ୍ ଯାହାକୁ ସମ୍ପୁର୍ଣ୍ଣ ବିଶ୍ୱ ଚାତକ ପରି ଚାହିଁରହିଛି ତାହା ଉପରେ ମଧ୍ୟ ବର୍ଷା ଦାଉ ସାଜିଛି । ଏହି ମୁକାବିଲା ରବିବାର ମାନଚେଷ୍ଟରର ଓଲ୍ଡ ଟ୍ରେଫର୍ଡ ପଡିଆରେ ଖେଳାଯିବାର ଅଛି ।

କିନ୍ତୁ ଲଗାତାର ବର୍ଷା ଏବେ କ୍ରିକେଟ୍ ପ୍ରେମୀଙ୍କୁ ନିରାଶ କରିବାରେ ଲାଗିଛି । ମ୍ୟାଚ୍ ଦେଖିବାକୁ ଆସୁଥିବା ଲୋକ ପ୍ରାର୍ଥନା କରୁଛନ୍ତି ଯେ ମ୍ୟାଚ୍ ମଝିରେ ଯେଭଳି ବର୍ଷା ନହେଉ ଏବଂ ଭଲରେ ମ୍ୟାଚ୍ ଦେଖିବାକୁ ମିଳୁ । କିନ୍ତୁ କିଛି ଦିନ ତଳେ ହୋଇଥିବା ବର୍ଷା କାରଣରୁ ପଡିଆ ଓଦା ହୋଇରହିଛି । କିଛି ସ୍ଥାନରେ କାଦୁଅ ଭଳି ଉପସ୍ଥିତି ଉପଜିଛି । ୱିକେଟ୍ ଏବଂ ଏହାର ଆଖପାଖ ସ୍ଥାନ ସୁରକ୍ଷିତ ଅଛି କିନ୍ତୁ ଆଉଟ୍ ଫିଲ୍ଡ ମ୍ୟାଚ୍ ଖେଳିବା ପାଇଁ ଉପଯୁକ୍ତ ହୋଇପାରୁନି ଯାହା ଏକ ଚିନ୍ତାର ବିଷୟ । ଆପଣଙ୍କୁ କହିରଖୁଛୁ ଯେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଗୁରୁବାର ହେବାକୁ ଥିବା ମ୍ୟାଚ୍ ମଧ୍ୟ ଖରାପ ପିଚ୍ କାରଣରୁ ରଦ୍ଦ କରିବାକୁ ପଡିଲା ।

ପଡିଆକୁ ଶୁଖାଇବା ପାଇଁ ମେସିନର ବ୍ୟବହାର :

ମୁଉକା ମିଳିବା ମାତ୍ରେ ଗ୍ରାଉଣ୍ଡ ଷ୍ଟାଫ୍ ପଡିଆକୁ ଖେଳିବା ଯୋଗ୍ୟ କରିବା ପାଇଁ ଖୁବ୍ ପରିଶ୍ରମ କରୁଛନ୍ତି । କିନ୍ତୁ ଆକାଶ ମେଘାଚ୍ଛନ୍ନ ଥିବା କାରଣରୁ ପିଚ୍ ରେ ଖରା ପଡୁନାହିଁ । ଏଭଳି ସ୍ଥିତିରେ ପାଣିକୁ ଶୁଖାଇବା ପାଇଁ ମେସିନ୍ ଏବଂ କୃତ୍ରିିମ ଉପାୟର ସାହାଯ୍ୟ ନିଆଯାଉଛି । ପିଚ୍ କୁ ଅଧିକ ଲାଇଟ୍ କରାଯାଉଛି ଯେଉଁଥିରେ ଗରମ ପାଇ ଶୁଖିବା ଭଳି ପରିସ୍ଥିତି ହେବ । ଏଥିପାଇଁ ଅନେକ ହାଲୋଜିନ୍ ଲାଇଟ୍ ର ବ୍ୟବହାର ମଧ୍ୟ କରାଯାଉଛି ।