ସାମ୍ନାକୁ ଆସିଲା ଭାରତ ଏବଂ ପାକିସ୍ତାନ ମ୍ୟାଚର ଆଉ ଏକ ଭିଡିଓ ! କ୍ୟାପଟେନ୍ କୋହଲିଙ୍କୁ ହାତ ଯୋଡୁଥିବା ଦେଖିବାକୁ ମିଳିଲେ ଏହି ପାକ୍ ଖେଳାଳୀ ।

8,287

ଭାରତ ଏବଂ ପାକିସ୍ତାନ ଏହି ଦୁଇ ଦଳ ମଧ୍ୟରେ ଯେତେବେଳେ ବି ସାମ୍ନାସାମ୍ନି ହୁଏ ଏହାର ପ୍ରତିଟି ଖେଳ ଉପରେ ସମସ୍ତଙ୍କ ନଜର ଥାଏ । ଏଭଳି ସମୟରେ ମୁକାବିଲାର କୌଣସି ଘଟଣା କାହାଠାରୁ ଲୁଚି ନଥାଏ । ବିଶ୍ୱକପ୍ ୨୦୧୯ ରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଖେଳ ମଧ୍ୟ କାହାଠାରୁ ଅଲଗା ନଥାଏ । ଏହି ମ୍ୟାଚ୍ ୧୬ ଜୁନ୍ କୁ ମାନଚେଷ୍ଟରର ଓଲ୍ଡ ଟ୍ରେଫର୍ଡ ମଇଦାନରେ ଖେଳାଯାଇଥିଲା । ଏହି ମ୍ୟାଚ୍ ରେ ଲାଗିଥିବା କ୍ୟାମେରାର ନଜର ଆଗରୁ କିଛି ବି ଲୁଚିନଥିଲା । ସେ ପାକ୍ କ୍ୟାପଟେନ୍ ସରଫରାଜ୍ ଙ୍କ ହାଇମାରିବା ଦୃଶ୍ୟ ହେଉ କିମ୍ବା ବୋଲର୍ ମହମ୍ମଦ୍ ଆମିରଙ୍କ ନିଜ ସାଥି ଖେଳାଳୀଙ୍କ ସହ ମଇଦାନରେ ଆମ୍ନାସାମ୍ନା ହେବା ଆଦି ଭିଡିଓ ଖୁବ୍ ଭାଇରାଲ୍ ହୋଇଥିଲା । ଏହି ସମୟରେ ପାକ୍ ଅଲରାଉଣ୍ଡର ଇମାଦ୍ ୱସିମ୍ ଙ୍କ ନାଁ ମଧ୍ୟ ଯୋଡି ଯାଇଛି ।

ଘଟଣାଟି ସେହି ସମୟର ଯେତେବେଳେ ଭାରତ ତରଫରୁ ଅଧିନାୟକ ବିରାଟ୍ କୋହଲି ବ୍ୟାଟିଙ୍ଗ୍ କରିବା ପାଇଁ ମଇଦାନକୁ ଓହ୍ଲାଇଲେ ଏବଂ ବୋଲିଙ୍ଗ୍ କରିବା ପାଇଁ ପାକ୍ ଖେଳାଳୀ ଇମାଦ୍ ୱସିମ୍ ଆସିଥିଲେ । ୱସିମ୍ କୋହଲିଙ୍କୁ ବଲ୍ ଫୋପାଡିବା ବେଳେ ସଟ୍ ମାରି ଦୁଇ ଭାରତୀୟ ଖେଳାଳୀ ଯେତେବେଳେ ରନ୍ ସଂଗ୍ରହ ପାଇଁ ଦୌଡିବାକୁ ଲାଗିଥିଲେ । ରନ୍ ନେବା ପାଇଁ ବିରାଟ୍ ଯେତେବେଳେ ଦୌଡିବାକୁ ଲାଗିଲେ ବୋଲର୍ ଇମାଦ୍ ୱସିମ୍ ତାଙ୍କୁ ହାତ ଯୋଡୁଥିବା ଦେଖିବାକୁ ମିଳିଥିଲେ । ତେବେ ସେ ଏଭଳି କାହିଁକି କଲେ ସେ ବିଷୟରେ କିଛି ସ୍ପଷ୍ଟ ହୋଇନାହିଁ । କିନ୍ତୁ ଭିଡିଓ ଦେଖି ଏଭଳି ଲାଗୁଛି ଯେ ଇମାଦ୍ କହୁଛନ୍ତି ଭାଇ ବହୁତ ହେଇଗଲା ଏବେ ଆଉ ନାହିଁ । ଆମକୁ ଛାଡିଦିଅ । ବିରାଟ୍ ଏହି ମ୍ୟାଚ୍ ରେ ୬୫ ବଲ୍ ରେ ୭୭ ରନ୍ କରିଥିଲେ ।