ବିଶ୍ୱକପ୍ ପୂର୍ବରୁ ପାକିସ୍ତାନକୁ ବଡ଼ ଝଟକା ! ପାକିସ୍ତାନକୁ ପଞ୍ଚମ ୱାନଡେ’ ମ୍ୟାଚରେ ହରାଇଲା ଇଂଲଣ୍ଡ ।

352

ଆଇସିସି କ୍ରିକେଟ୍ ବିଶ୍ୱ କପ୍ ୨୦୧୯ ମଇ ୩୦ ରୁ ଆରମ୍ଭ ହେବାକୁ ଯାଉଛି । କିନ୍ତୁ ଏହା ପୂର୍ବରୁ ପାକିସ୍ତାନକୁ ଶକ୍ତ ଝଟକା ଲାଗିଛି । କ୍ରିକେଟର ଏହି ମହାକୁମ୍ଭରେ ପ୍ରସ୍ତୁତି ପାଇଁ ଇଂଲଣ୍ଡ ଏବଂ ପାକିସ୍ତାନ ଭିତରେ ୱାନଡେ’ ୫ ମ୍ୟାଚ୍ ର ସିରିଜ୍ ଖେଳିବା ପାଇଁ ନିଷ୍ପତ୍ତି ନେଇଥିଲା । ଏହି ମ୍ୟାଚର ୫ ମ ତଥା ଅନ୍ତିମ ମ୍ୟାଚ୍ ଲିଡସ୍ ରେ ଖେଳାଯାଇଥିଲା । ଯେଉଁଥିରେ ମେଜବାନ୍ ଇଂଲଣ୍ଡ ପାକିସ୍ତାନକୁ ୫୪ ରନ୍ ରେ ହରାଇଥିଲେ । ଏହି ବିଜୟ ସହ ସେ ସିରିଜ୍ ୪-୦ ନିଜ ନାଁରେ କରିସାରିଛନ୍ତିି । ବିଶ୍ୱକପ୍ ପୂର୍ବରୁ ପାକିସ୍ତାନକୁ ଲଗାତାର ଦ୍ୱିତୀୟଥର ପାଇଁ ୫ ମ୍ୟାଚ୍ ୱାନଡେ’ ସିରିଜରେ ହ୍ୱାଇଟ୍ ୱାସ୍ ର ଶିକାର ହେବାକୁ ପଡିଛି । ଏହାପୂର୍ବରୁ ଅଷ୍ଟ୍ରେଲିଆ ୟୁଏଇରେ ପାକ୍ କୁ ୫-୦ ରୁ ହରାଇ ସିରିଜ୍ କବଜା କରିଥିଲେ ।

ଇଂଲଣ୍ଡ ଟସ୍ ଜିତି କଲା ବିଶାଳ ସ୍କୋର୍ :

ସିରିଜ୍ ର ଅନ୍ତିମ ୱାନଡେ’ ମ୍ୟାଚରେ ଇଂଲଣ୍ଡ କ୍ୟାପଟେନ୍ ଇୟାନ୍ ମୋର୍ଗନ୍ ଟସ୍ ଜିତି ପ୍ରଥମେ ବ୍ୟାଟିଙ୍ଗ୍ କରିଥିଲେ । ଜୋ ରୁଟ୍ (୮୪) ଏବଂ ମୋର୍ଗନ (୭୬) ଅର୍ଦ୍ଧଶତକ ସାହାଯ୍ୟରେ ୫୦ ଓଭରରେ ୯ ୱିକେଟ୍ ରେ ୩୫୧ ରନ୍ ସ୍କୋର କରାଗଲା । ଏହି ସମୟରେ ୭୩ ବଲ୍ ର ସାମ୍ନା କରି ୯ ଟି ଚଉକା ଲଗାଇଥିବା ବେଳେ ମୋର୍ଗନ୍ ୬୪ ବଲରେ ୪ ଚଉକା ଏବଂ ୫ ଟି ଛକା ମାରିଥିଲେ । ତୃତୀୟ ୱିକେଟ୍ ରେ ୧୧୭ ରନ୍ କରି ଇଂଲଣ୍ଡ ଦମଦାର୍ ସ୍କୋର କରିଥିଲେ । ଟିମକୁ ଜେମସ୍ ବିନସେ (୩୩) ଏବଂ ଜନି ବେୟରଷ୍ଟା (୩୨) ପ୍ରଥମ ୱିକେଟ୍ ପାଇଁ ୬୩ ରନ୍ ଯୋଡି ଭଲ ଆରମ୍ଭ କରିଥିଲେ ।