ଶ୍ରୀଲଙ୍କାରେ ଟିମ୍ ଇଣ୍ଡିଆର ସିରିଜ୍ କ୍ଲିନ ସୁଇପ୍ ! ୫-୦ରେ ହାତେଇଲା ଦିନିକିଆ ସିରିଜ୍

41

କନକ ବ୍ୟୁରୋ : ଟିମ୍ ଇଣ୍ଡିଆର ସିରିଜ୍ କ୍ଲିନସ୍ୱିପ୍ । ଶ୍ରୀଲଙ୍କା ଗସ୍ତରେ ଭାରତର ଜବରଦସ୍ତ ବିଜୟ ଜାରି ରହିଛି । ଟେଷ୍ଟ୍‌ ଶୃଙ୍ଖଳାକୁ ୩-୦ରେ ପୋଛି ନେଇଥିବା ଭାରତୀୟ କ୍ରିକେଟ୍‌ ଦଳ ରବିବାର ପଞ୍ଚମ ତଥା ଶେଷ ଦିନିକିଆକୁ ୬ ଓ୍ଵିକେଟ୍‌ରେ ଜିତି ନେଇ ଦିନିକିଆରେ ମଧ୍ୟ ମୂଳପୋଛ ବିଜୟ ହାସଲ କରିଛି । ଦିନିକିଆ ଶୃଙ୍ଖଳାକୁ ୫-୦ରେ ଜିତି ଶ୍ରୀଲଙ୍କା ବିପକ୍ଷରେ ନିଜ ଆଧିପତ୍ୟକୁ ମଧ୍ୟ କୋହଲି ବାହିନୀ ଅତୁଟ ରଖିଛି । ୨୦୧୪ରେ ଘରୋଇ ପରିବେଶରେ ସିଂହଳୀ ଦଳକୁ ୫-୦ରେ ହରାଇଥିବା ଭାରତ ଏଥର ଶ୍ରୀଲଙ୍କାକୁ ତା’ ଘରୋଇ ମାଟିରେ ସେହି ବ୍ୟବଧାନରେ ହରାଇଛି । ଫଳରେ ପ୍ରଥମ ଦଳ ଭାବେ ସିଂହଳୀ ଦଳ ବିପକ୍ଷରେ ଲଗାତାର ଦ୍ୱିତୀୟ ୫-୦ ବିଜୟ ହାସଲ କରିଛି । ଚତୁର୍ଥ ଭଳି ପଞ୍ଚମ ମୁକାବିଲାରେ ମଧ୍ୟ ଭାରତ ବିଜୟରେ ଅଧିନାୟକ ବିରାଟ କୋହଲି (୧୧୦ ଅପରାଜିତ ରନ୍‌, ୧୧୬ ବଲ୍‌, ୯ ଚୌକା) ପ୍ରମୁଖ ଭୂମିକା ତୁଲାଇଛନ୍ତି ।

କଲମ୍ବୋ ଠାରେ ଖେଳା ଯାଇଥିବା ଶେଷ ଦିନିକିଆରେ ଶ୍ରୀଲଙ୍କାକୁ ୬ ୱିକେଟରେ ହରାଇ ଭାରତ ୫-୦ରେ ସିରିଜ ବିଜୟୀ ହୋଇଛି । କଲମ୍ବୋରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୩୮ ରନ କରିଥିଲା । ବିରାଟ କୋହଲିଙ୍କ ଦମଦାର ଅପରାଜିତ ୧୧୦ ରନ ଓ କେଦାର ଯାଦବଙ୍କ ଧୈର୍ଯ୍ୟପୂର୍ଣ୍ଣ ଅର୍ଧଶତକ ବଳରେ ଟିମ୍ ଇଣ୍ଡିଆ ମ୍ୟାଚକୁ ୬ ଉଇକେଟରେ ଜିତି ନେଇଥିଲା । ଘରୋଇ ଦଳ ୪୯ ଓଭର ୪ ବଲରେ ସମସ୍ତ ଉଇକେଟ ହରାଇ ୨୩୮ ରନ କରିଥିଲା । ଟିମ୍ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱର କୁମାର ୪୨ ରନ ଦେଇ ୫ ଉଇକେଟ ହାତେଇଥିଲେ ଏବଂ ଶ୍ରୀଲଙ୍କାର ବ୍ୟାଟିଂ ଲାଇନ୍ଅପକୁ ଭାଙ୍ଗି ଦେଇଥିଲେ ।

ଟିମ୍ ଇଣ୍ଡିଆରେ ଆଗରେ ୨୩୯ ରନର ବିଜୟ ଲକ୍ଷ୍ୟ ଥିବା ବେଳେ ୪୭ତମ ଓଭରରେ ଏହାକୁ ପୂରଣ କରିନେଇଥିଲା ଦଳ । ଭୁବନେଶ୍ୱର କୁମାର ମ୍ୟାନ ଅଫ ଦ ମ୍ୟାଚ ଘୋଷିତ ହୋଇଥିବା ବେଳେ ଜସପ୍ରିତ ବୁମରାଙ୍କୁ ମ୍ୟାନ ଅଫ ଦ ସିରିଜ ଘୋଷଣା କରାଯାଇଛି । ପୂର୍ବରୁ ଟିମ ଇଣ୍ଡିଆ ଟେଷ୍ଟ ସିରିଜି ଜିତିଥିବା ବେଳେ ଏବେ ଦିନିକିଆ ସିରିଜ କ୍ଲିନ ସୁଇପ କରିଛି । ଆଗକୁ ଶ୍ରୀଲଙ୍କ ସହ ଗୋଟିଏ ଟି ଟ୍ୱେଂଟି ମ୍ୟାଚ ଖେଳିବ ଭାରତୀୟ ଦଳ । କଲମ୍ବୋ ଦିନିକିଆରେ ଅପରାଜିତ ୧୧୦ ରନ କରି ବିରାଟ କୋହଲି ନିଜ ଦିନିକିଆ କ୍ୟାରିଅରର ୩୦ ତମ ଶତକ ଅର୍ଜନ କରିଛନ୍ତି ।

୩୦ ତମ ଶତକ ପୁରଣ କରି ବିରାଟ କୋହଲି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଟିିଂଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ଏବେ ତାଙ୍କ ଆଗରେ ଅଛନ୍ତି ୪୯ ଶତକ ସହ ସଚିନ ତେନ୍ଦୁଲକର । ରିକି ପଟିଂ ମୋଟ୍ ୩୪୯ ଇନିଂସରେ ୩୦ ଶତକ ହାସଲ କରିଥିବା ବେଳେ କୋହଲି ମାତ୍ର ୧୮୬ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି । ଏପରିକି ସଚିନଙ୍କୁ ମଧ୍ୟ ୩୦ଟି ଶତକ ହାସଲ କରିବା ପାଇଁ ୨୬୭ ଇନିଂସ ଖେଳିବାକୁ ପଡିଥିଲା ।

ଧୋନି ଧୁରନ୍ଧରଙ୍କ ଖାତାରେ ପୁଣି ଏକ ବିଶ୍ୱ ରେକର୍ଡ । କଲୋମ୍ବୋରେ ଦିନିକିଆ କ୍ୟାରିଅରରେ ୧୦୦ତମ ୱିକେଟ୍ ନେଇ ଏହି ରେକର୍ଡ କରିଛନ୍ତି ପୂର୍ବତନ ଟିମ୍ ଇଣ୍ଡିଆ କ୍ୟାପଟେନ୍ । ବ୍ୟାଟ୍ସମ୍ୟାନଙ୍କୁ ଷ୍ଟମ୍ପ ଆଉଟ କରିବାର ବିରଳ କିର୍ତୀମାନ ସ୍ଥାପନ କରିଛନ୍ତି ମାହି । ପ୍ରେମଦାଶା ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷ ପଂଚମ ଦିନିକିଆରେ ଅକିଲ ଧନଞ୍ଜୟଙ୍କୁ ଷ୍ଟମ୍ପ ଆଉଟ କରି କ୍ୟାରିୟରର ୧୦୦ତମ ୱିକେଟ ନେଇଛନ୍ତି ଧୋନି । ପୂର୍ବରୁ ଶ୍ରୀଲଙ୍କା ୱିକେଟ କିପର କୁମାର ସାଙ୍ଗାକାରାଙ୍କ ନାଁରେ ଦିନିକିଆରେ ୯୯ଟି ୱିକେଟ ଦଖଲ କରିବାର ରେକର୍ଡ ରହିଥିଲା । ସେହି ରେକର୍ଡକୁ ଭାଙ୍ଗିଛନ୍ତି ମହେନ୍ଦ୍ର ସିଂହ ଧୋନୀ । ସେହିପରି ଶ୍ରୀଲଙ୍କାର ରମେଶ କାଲୁୱିତରଣ ୭୫ଟି ୱିକେଟ ନେଇ ଦ୍ୱିତୀୟ ସ୍ଥାନରେ ଥିବାବେଳେ ପାକିସ୍ତାନର ମୋଇନ ଖାନ ୭୩ଟି ୱିକେଟ ସହ ତୃତୀୟ ସ୍ଥାନରେ ଅଛନ୍ତି ।

                                 ଶ୍ରୀଲଙ୍କା-ଭାରତ ସ୍କୋର୍‌ କାର୍ଡ
ଶ୍ରୀଲଙ୍କା ପାଳି: ୨୩୮/୧୦
ଡିକେଓ୍ଵଲା-କ-ଓ-ବୋ-ଭୁବନେଶ୍ୱର କୁମାର-୦୨
ତରଙ୍ଗା-କ-ଧୋନି-ବୋ-ଯଶ୍‌ପ୍ରିତ୍‌ ବୁମ୍‌ରା-୪୮
ମୁନାବୀରା-କ-କୋହଲି-ବୋ-ଭୁବନେଶ୍ୱର-୦୪
ଥିରିମାନେ-ବୋ-ଭୁବନେଶ୍ୱର କୁମାର-୬୭
ମାଥ୍ୟୁସ୍‌-କ-ଧୋନି-ବୋ-କୁଲ୍‌ଦୀପ୍‌-୫୫
ସିରିବର୍ଧନା-କ-ସାର୍ଦୁଲ-ବୋ-ଭୁବନେଶ୍ୱର-୧୮
ଓ୍ଵାନିନ୍ଦୁ ହାସରଙ୍ଗା-ରନ୍‌ ଆଉଟ୍‌-୦୯
ଧନଞ୍ଜୟ-ଷ୍ଟମ୍ପ୍‌ ଧୋନି-ବୋ-ଚହଲ୍‌-୦୪
ପୁଷ୍ପକୁମାର-ବୋ-ଯଶ୍‌ପ୍ରିତ୍‌ ବୁମ୍‌ରା-୦୮
ଫର୍ନାଣ୍ଡୋ-ଅପରାଜିତ-୦୭
ମାଲିଙ୍ଗା-କ-ରାହୁଲ୍‌-ବୋ-ଭୁବନେଶ୍ୱର କୁମାର-୦୨
ଅତିରିକ୍ତ-(ବା-୪, ଲେଗ୍‌ବାଇ-୩, ନୋ-୧, ଓ୍ଵା-୬) ୧୪
ମୋଟ-(୪୯.୪ ଓଭର, ଅଲ୍‌ଆଉଟ୍‌) ୨୩୮
ଓ୍ଵିକେଟ୍‌ ପତନ-୧/୧୪, ୨/୪୦, ୩/୬୩, ୪/୧୮୫, ୫/୧୯୪, ୬/୨୦୫, ୭/୨୧୨, ୮/୨୨୮, ୯/୨୨୮, ୧୦/୨୩୮।
ବୋଲିଂ: ଭୁବନେଶ୍ୱର କୁମାର ୯.୪-୦-୪୨-୫, ସାର୍ଦୁଲ ଠାକୁର ୬-୦-୪୮-୦, ଯଶ୍‌ପ୍ରୀତ୍‌ ବୁମ୍‌ରା ୧୦-୦-୪୫-୨, କୁଲ୍‌ଦୀପ ଯାଦବ ୧୦-୦-୪୦-୧, କେଦାର ଯାଦବ ୪-୦-୨୦-୦, ୟୁଜ୍‌ବେନ୍ଦର ଚହଲ୍‌ ୧୦-୦-୩୬-୧।

ଭାରତ ପାଳି: ୨୩୯/୪
ରୋହିତ ଶର୍ମା-କ-ପୁଷ୍ପକୁମାର-ବୋ-ଫର୍ନାଣ୍ଡୋ-୧୬
ଆଜିଙ୍କ୍ୟ ରହାଣେ-କ-ମୁନାବୀରା-ବୋ-ମାଲିଙ୍ଗା-୦୫
ବିରାଟ କୋହଲି-ଅପରାଜିତ-୧୧୦
ମନୀଷ ପାଣ୍ଡେ-କ-ତରଙ୍ଗା-ବୋ-ପୁଷ୍ପକୁମାର-୩୬
କେଦାର ଯାଦବ-କ-ଡିକେଓ୍ଵଲା-ବୋ-ହାସରଙ୍ଗା-୬୩
ମହେନ୍ଦ୍ର ସିଂହ ଧୋନି-ଅପରାଜିତ-୦୧
ଅତିରିକ୍ତ-(ଲେଗ୍‌ବାଇ-୪, ନୋ-୧, ଓ୍ଵା-୩)- ୦୮
ମୋଟ-(୪୬.୩ ଓଭର, ୪ ଓ୍ଵିକେଟ୍‌)-୨୩୯
ଓ୍ଵିକେଟ୍‌ ପତନ-୧/୧୭, ୨/୨୯, ୩/୧୨୮, ୪/୨୩୭।
ବୋଲିଂ: ଲସିଥ୍‌ ମାଲିଙ୍ଗା ୮-୧-୩୫-୧, ବିଶ୍ୱ ଫର୍ନାଣ୍ଡୋ ୭-୦-୪୦-୧, ଅଖିଳ ଧନଞ୍ଜୟ ୧୦-୦-୪୯-୦, ଆଞ୍ଜେଲୋ ମାଥ୍ୟୁସ୍‌ ୩-୦-୧୪-୦, ମାଲିନ୍ଦା ପୁଷ୍ପକୁମାର ୧୦-୦-୪୦-୧, ମାଲିନ୍ଦା ସିରିବର୍ଧନା ୪-୦-୨୮-୦, ଓ୍ଵାନିନ୍ଦୁ ହାସରଙ୍ଗା ୪.୩-୦-୨୯-୧।