କଟକକୁ ଫେରିଛି କ୍ରିକେଟ ଫିଭର ! ଭାରତ-ଶ୍ରୀଲଙ୍କା ଟି-୨୦ ମ୍ୟାଚ ଟିକେଟ ପାଇଁ ରାତି ୨ଟାରୁ ଲାଇନରେ ଛିଡା ହେଲେ କ୍ରିକେଟପ୍ରେମୀ

34

କନକ ବ୍ୟୁରୋ : କଟକକୁ ଫେରିଛି କ୍ରିକେଟ ଫିଭର । ବାରବାଟୀରେ ଆସନ୍ତା ୨୦ ତାରିଖରେ ହେବ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଟି-୨୦ ଟକ୍କର । ଏଥି ପାଇଁ ଆଜିଠାରୁ ଆରମ୍ଭ ହୋଇଛି ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ ବିକ୍ରି । ୭ ପ୍ରକାରର ଟିକେଟି ବିକ୍ରି କରାଯାଉଛି । ଏହି ଟିକେଟ ଗୁଡିକର ମୂଲ୍ୟ ୪୦୦ ଟଙ୍କାରୁ ୮ ହଜାର ମଧ୍ୟରେ ରହିଛି । ଆଜି କାଉଂଟର ବନ୍ଦ ହେବା ବେଳକୁ ପ୍ରାୟ ୮୦ ପ୍ରତିଶତ ଟିକେଟ ବିକ୍ରି ହୋଇଯାଇଥିବା ଜଣାପଡିଛି ।

ଆସନ୍ତାକାଲି ସକାଳ ୯ଟାରୁ ଅବଶିଷ୍ଟ ଟିକେଟ ବିକ୍ରି କରାଯିବ । ଗତକାଲି ରାତି ୨ଟାରୁ ଟିକେଟ କିଣିବା ପାଇଁ ବାରିକେଟ୍ ଆଗରେ କ୍ରିକେଟପ୍ରେମୀ ଲମ୍ବା ଧାଡି ଲଗାଇ ବସିଥିବା ନଜରକୁ ଆସିଥିଲା । ଜଣେ କେବଳ ୨ଟି ଟିକେଟ କିଣିବାର ନିୟମ ରହିଛି । କାଉଂଟରରେ ସାଧାରଣ ଦର୍ଶକଙ୍କ ପାଇଁ ମୋଟ ୧୨ ହଜାର ୫୩୮ ଟିକେଟ ରଖାଯାଇଛି । ସେପଟେ ସୁରକ୍ଷା ଦୃଷ୍ଟିରୁ ମଧ୍ୟ ବହୁ ପଦକ୍ଷେପ ନେଇଛି ଓସିଏ ଓ କମିଶନରେଟ ପୋଲିସ । କିପରି ଭାବେ ଟିକେଟ ବିକ୍ରି ସୁରୁଖୁରରେ ସେ ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରିଛି ଓସିଏ । ସେହିଭଳି ଟିକେଟ କଳାବଜାରୀକୁ ରୋକିବା ପାଇଁ ପୋଲିସ ମଧ୍ୟ ଆବଶ୍ୟକୀୟ ପଦକ୍ଷେପ ନେଇଛି ।