ସାମ୍ନାକୁ ଆସିଲା ସେନ୍ ୱାଟସନଙ୍କ ଆଉ ଏକ ଭିଡିଓ ! ଗଭୀର ଆଘାତରେ କ୍ରିକେଟ୍ ଖେଳୁଥିବା ୱାଟସନ୍ ଏବେ ଠିକରେ ଚାଲି ପାରୁନାହାନ୍ତି ।

268

ଆଇପିଏଲ ୨୦୧୯ରେ ଫାଇନାଲରେ ନିଜର ଦମଦାର୍ ବ୍ୟାଟିଙ୍ଗ୍ ରେ କ୍ରିକେଟ୍ ପ୍ରେମୀଙ୍କ ମନ ଜିଣିଥିଲେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ସେନ୍ ୱାଟସନ୍ । ଚେନ୍ନାଇକୁ ଚିତ୍ କରି ଚତୁର୍ଥ ଥର ପାଇଁ ଆଇପିଏଲର ତାଜ ପିନ୍ଧିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ରୋମାଞ୍ଚକର ମ୍ୟାଚରେ ଚେନ୍ନାଇ ହାରିଗଲା ସତ, କିନ୍ତୁ କୋଟି କୋଟି କ୍ରୀଡାପ୍ରେମୀଙ୍କ ମନ ଜିଣିଥିଲେ ଏହି ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ।

ମ୍ୟାଚ୍ ସମୟରେ ୱାଟସନଙ୍କ ଆଣ୍ଠୁରେ ଗଭୀର ଆଘାତ ଲାଗିଥିଲା । ତାଙ୍କ ଆଣ୍ଠୁରୁ ରକ୍ତ ମଧ୍ୟ ବୋହୁଥିଲା କିନ୍ତୁ ଏ ବିଷୟରେ ସେ କାହାକୁ କିଛି କହିନଥିଲେ । ଯନ୍ତ୍ରଣାକୁ ଖାତିର ନକରି ସେ ଖେଳୁଥିଲେ ଯାହା ତାଙ୍କ ସାଥି ଖେଳାଳୀ ହରଭଜନ୍ ସିଂହ କହିଥିଲେ । ଯେତେବେଳେ ୱାଟସନଙ୍କ ସତ ସମସ୍ତଙ୍କ ସାମ୍ନାକୁ ପ୍ରଶଂସକ ତାଙ୍କୁ ସଲାମ୍ କରିବାକୁ ଲାଗିଲେ । ତେବେ ୱାଟସନଙ୍କ ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଯେଉଁଥିରେ ସେ କ୍ଷତାକ୍ତ ଅବସ୍ଥାରେ ଠିକ୍ ସେ ଚାଲି ମଧ୍ୟ ପାରୁନାହାନ୍ତି । ଏହି ଭିଡିଓରେ ସେ ଏୟାରପୋର୍ଟରୁ ବାହାରକୁ ଯାଉଥିବା ବେଳେ ଛୋଟେଇ ଚାଲୁଥିବା ଦେଖାଯାଉଛି । ନିମ୍ନୋକ୍ତ ଲିଙ୍କ୍ ରେ କ୍ଲିକ୍ କରି ଦେଖନ୍ତୁ ଭିଡ଼ିଓ ।

https://www.facebook.com/202551756483520/videos/447859705963297/