କେବେ ସୁଧୁରିବ ଅଷ୍ଟ୍ରେଲିଆ? କିମ୍ବଦନ୍ତୀ କ୍ରିକେଟର ସଚିନଙ୍କ ଜନ୍ମଦିନରେ କଙ୍ଗାରୁ ଟିମର ବିବାଦୀୟ ଟ୍ୱିଟ୍, ଉତ୍ତର ଦେଲେ ସଚିନଙ୍କ ଫ୍ୟାନ

42

ଆଜି ୪୫ତମ ଜନ୍ମଦିନ ପାଳନ କରିଛନ୍ତି କିମ୍ବଦନ୍ତୀ କ୍ରିକେଟର୍ ସଚିନ୍ ତେନ୍ଦୁଲକର୍ ଓ ଦେଶବିଦେଶରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଏପରିକି ସଚିନ୍ଙ୍କ ଘର ବାହାରେ ତାଙ୍କ ପ୍ରଶଂସକ ଖୁସିରେ କେକ୍ ମଧ୍ୟ କାଟିଛନ୍ତି । ଅନ୍ୟପଟେ ନିଜ ସ୍ୱଭାବସୁଲଭ ଢଙ୍ଗରେ ଖୁସିର ଏହି ଅବସରକୁ ବିଗାଡ଼ିବାରେ ଜମାରୁ ସୁଯୋଗ ଛାଡ଼ିନାହିଁ କ୍ରିକେଟ୍ ଅଷ୍ଟ୍ରେଲିଆ । ଏପ୍ରିଲ ୨୪ ତାରିଖ, ପୂର୍ବ ଅଷ୍ଟ୍ରେଲୀୟ ଫାଷ୍ଟ ବୋଲର ଡାମିଏନ ଫେମ୍ଲିଙ୍କ ଜନ୍ମଦିନ ଅବସରରେ ସେ ସଚିନଙ୍କୁ କ୍ଲିନ ବୋଲ୍ଡ କରୁଥିବାର ଏକ ପୁରୁଣା ଭିଡ଼ିଓକୁ କ୍ରିକେଟ ଅଷ୍ଟ୍ରେଲିଆ ଟ୍ୱିଟରରେ ପୋଷ୍ଟ କରିଛି । ଏହାପରେ ଦେଖିବାକୁ ମିଳିଛି ସଚିନ ଫ୍ୟାନଙ୍କ ପ୍ରତିକ୍ରିୟା ।

କାଲାଇ ସେଲଭାନ ନାମକ ଜଣେ ସଚିନ ପ୍ରଶଂସକ କହିଛନ୍ତି , ମୁ ଭାବୁଛି କଙ୍ଗାରୁର ସୁଇଙ୍ଗ ସମ୍ରାଟଙ୍କ ବିରୁଦ୍ଧରେ ସଚିନଙ୍କ ମାଷ୍ଟରଷ୍ଟ୍ରୋକକୁ ବୋଧହୁଏ କିକ୍ରେଟ ଅଷ୍ଟ୍ରେଲିଆ ଭୁଳିଯାଇଛି । ସେହିପରି ଫ୍ରିକ ଅଫ ଏନେଇ ଏକ ଭିଡିଓ ପୋଷ୍ଟକରିଛନ୍ତି । ସେ କହିଛନ୍ତି .. ୧୯୯୮ରେ ଅଷ୍ଟ୍ରେଲୀୟ ପେସ ଆକ୍ରମଣକୁ ସଚିନ ଧ୍ୱସ୍ତବିଧ୍ୱସ୍ତ କରୁଥିବା ଖୁବ କମ୍ ଲୋକ ଭୁଲିଥିବେ । ଅନ୍ୟପଟେ ଶଶାଙ୍କ ଟ୍ୱିଟ୍କରି କହିଛନ୍ତି, ଯେତେଥର ବ୍ୟାନ ହେଲେ ମଧ୍ୟ ଅଷ୍ଟ୍ରେଲୀୟ କେବେ ବି ନିଜ ସ୍ୱଭାବ ବଦଳାଇବେ ନାହିଁ ।

ଦୀର୍ଘ ଦୁଇ ଦଶନ୍ଧି ଧରି ଭାରତୀୟ କ୍ରିକେଟରେ ରାଜ କରିଥିବା ଏବଂ କିକ୍ରେଟ ଲୋକପ୍ରିୟତାର ଶୀର୍ଷକୁ ନେଇଥିବା ସଚିନଙ୍କର ଆଜି ୪୫ତମ ଜନ୍ମଦିନ । ଅସଂଖ୍ୟ ରେକର୍ଡ,ଅଗଣିତ ଫ୍ୟାନ ,ଆକଳନ କରିହେଉନଥିବା ଲୋକପ୍ରିୟତାର ଭିତରେ ଅବସର ନେଇଥିଲେ ବିଶ୍ୱ କ୍ରିକେଟର ଏହି ବାଦଶାହା ,ହେଲେ ଏବେ ବି ଅତୁଟ ରହିଛି ସଚିନ ତେନ୍ଦୁଲକରଙ୍କ କ୍ରେଜ । ଅନ୍ୟପଟେ ଅଷ୍ଟ୍ରେଲିଆ ଖେଳାଳୀ ଡାମିଏନ ଫ୍ଲେମିଂ ଟ୍ୱିଟର ଝଡ ପରେ ବି ନିଜ ଆଇପିଏଲ ସହ ଭାରତରେ ପାଳିଛନ୍ତି ୪୮ତମ ଜନ୍ମଦିନ ।