ରାଜକୀୟ ସମ୍ମାନର ସହ ଦିନ ୨.୩୦ ରେ ଅନ୍ତିମ ବିଦାୟ ନେବେ ଦିଲ୍ଲୀର ପୂର୍ବ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ୍ ! ୮୧ ବର୍ଷ ବୟସରେ ହୃଦଘାତରେ ହୋଇଥିôଲା ନିଧନ

127

ଦିଲ୍ଲୀରେ ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ଆସନରେ ରହିଥିବା କଂଗ୍ରେସର ବରିଷ୍ଠ ନେତ୍ରୀ ଶୀଲା ଦୀକ୍ଷିତ୍ ଙ୍କ ଶନିବାର ଦ୍ୱିପ୍ରହର ୩.୫୫ ସମୟରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ନିଧନ ହୋଇଛି । ୮୧ ବର୍ଷୀୟା ଏହି ବରିଷ୍ଠ ରାଜନେତ୍ରୀ ହୃଦୟରୋଗରେ ପୀଡିତ ଥିଲେ । ତାଙ୍କ ନିଧନରେ ରାଜନୀତି ଜଗତରେ ଶୋକର ଛାୟା ଖେଳିଯାଇଛି । ସନ୍ଧ୍ୟା ୬ ଟା ସମୟରେ ତାଙ୍କ ପାର୍ଥୀବ ଶରୀରର ଅନ୍ତିିମ ଦର୍ଶନ ପାଇଁ ନିଜାମୁଦ୍ଦିନ୍ ସ୍ଥିତ ଆବାସକୁ ଅଣାଯାଇଥିଲା ।

ତାଙ୍କ ପାର୍ଥୀବ ଶରୀରର ଅନ୍ତିିମ ଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ କଂଗ୍ରେସ ପୂର୍ବ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଶ୍ରଦ୍ଧାଞ୍ଜଳୀ ଦେବାକୁ ପହଁଚିଥିଲେ । ଦିଲ୍ଲୀର କେଜରିୱାଲ୍ ସରକାର ତାଙ୍କ ନିଧନର ଶୋକରେ ଦିଲ୍ଲୀରେ ୨ ଦିନ ଧରି ରାଜକୀୟ ଶୋକର ଘୋଷଣା କରିଛନ୍ତି । ତାଙ୍କ ପାର୍ଥୀବ ଶରୀରକୁ ରବିବାର ସକାଳ ୧୧.୩୦ ଟାରେ କଂଗ୍ରେସ ଭବନ ଅଣାଯିବ । ଯେଉଁଠାରେ ୧୨.୧୫ ରୁ ୧.୩୦ ପର୍ଯ୍ୟନ୍ତ ତାଙ୍କ ଅନ୍ତିମ ଦର୍ଶନ ଏହାପରେ ପାର୍ଥୀବ ଶରୀରକୁ ନିଗମବୋଧ ଘାଟରେ ୨.୩୦ ରେ ଅନ୍ତିମ ସଂସ୍କାର କରାଯିବ ।