ପ୍ରେମୀ ଯୁଗଳଙ୍କୁ ଦେଖି କଣ ଭାବିଥାନ୍ତି ଏକାଥିବା ଯୁବତୀ !

105

ଯେତେବେଳେ ପ୍ରେମ ଜାହିର କରିବାର ପ୍ରଶ୍ନ ଉଠେ ସେତେବେଳେ ପ୍ରେମ ପକ୍ଷୀଙ୍କୁ କେହି ଅଟକାଇ ପାରନ୍ତି ନାହିଁ । ସେମାନଙ୍କ ମଧ୍ୟରୁ ଆନେକ ନା ସ୍ଥାନ ଦେଖନ୍ତି ନାଁ ସମୟ । ସୁଯୋଗ ପାଇଲେ ହାତ ଛଡା କରି ନକରି ସାଙ୍ଗେ ସାଙ୍ଗେ ନିଜ ପ୍ରେମକୁ ଜାହିର୍ କରି ଦିଅନ୍ତି । ହେଲେ ଏପରି ଅବସ୍ଥାରେ ପ୍ରେମୀ ଯୁଗଳଙ୍କୁ ଦେଖିଲେ କଣ ଭାବିଥାନ୍ତି ଏକା ଥିବା ଯୁବତୀ ବା ମହିଳା ମାନେ, ନଜର ପକାନ୍ତୁ ।

• ସର୍ବସାଧାରଣ ସ୍ଥାନରେ କୌଣସି ପ୍ରେମୀ ଯୁଗଳଙ୍କୁ ରୋମାନ୍ସ କରୁଥିବାର ଦେଖିଲେ ମହିଳା ମାନଙ୍କ ମୁଣ୍ଡରେ ଗୋଟିଏ କଥା ହିଁ ଆସିଥାଏ । ‘ଏମାନଙ୍କୁ କଣ ଆଉ କେଉଁଠି ଜାଗା ମିଳୁନି । ଯେଉଁଠି ପାରି ସେଠି ଆରମ୍ଭ ହେଇ ଯାଉଛନ୍ତି । ବାହାରେ ରୋମାନ୍ସ କରିବାଠାରୁ ଭଲ ରୁମ୍ ବୁକ୍ କରିଥାନ୍ତେ’ ।

• ସେହିପରି କୌଣସି ହାଣ୍ଡସମ୍ ପୁଅ ସହ ଝିଅକୁ ଦେଖିଲେ ଭାବନ୍ତି ‘ଏ ଝିଅକୁ କେମିତି ଏ ପୁଅ ମ୍ୟାନେଜ୍ କରୁଛି । ଯଦି ଏହି ଝିଅକୁ ଏତେ ହାଣ୍ଡସମ୍ ପୁଅ ମିଳି ପାରୁଛି ତେବେ ମୁଁ ତ ବହୁତ ସୁନ୍ଦର’ ।

• ତେବେ ଏକା ଥିବା ମହିଳା ବା ଯୁବତୀ ସେ ଯାଏ ଖୁସି ଥାନ୍ତି ଯେ ପର୍ଯ୍ୟନ୍ତ ସେମାନେ କୌଣସି କମିଟେଡ୍ ଦଂପତିଙ୍କ ସହ ଦେଖା ହୋଇ ନଥାନ୍ତି । ଆଉ ଯେତେବେଳେ କୌଣସି ରୋମାଂଟିକ୍ ପ୍ରେମୀ ଯୁଗଳଙ୍କୁ ଦେଖନ୍ତି ସେତେବେଳେ ସେମାନେ ନିଜ ଜୀବନରେ ଥିବା ଖାଳିପଣକୁ ଅନୁଭବ କରିଥାନ୍ତି ।

• କିଛି ଦଂପତିଙ୍କୁ ଦେଖି ଯୁବତୀ ମାନେ ଏମିତି ବି ଭାବିଥାନ୍ତି ଯେ ପ୍ରେମିକ ଠାରୁ ବେଶି ବିଶ୍ୱାସ ଯୋଗ୍ୟ କୁକୁର । ପ୍ରେମରେ ପାଗଳ ହେବା ଠାରୁ ଭଲ ଗୋଟିଏ କୁକୁର ପାଳିବା ।

• ପ୍ରେମୀ ଯୁଗଳଙ୍କୁ ଦେଖି ଯୁବତୀ ମାନଙ୍କ ମନରେ ହଠାତ୍ ଏକଥା ଆସିଥାଏ ଯେ ‘ଶୀଘ୍ର ମୋ ଜୀବନରେ ବି ଏମିତି ଗୋଟିଏ ପୁଅ ଆସୁ ଯିଏ ମୋତେ ତା ଜୀବନଠାରୁ ଅଧିକ ଭଲ ପାଉଥିବ । ମୁଁ ମୋ ମିଷ୍ଟର୍ ରାଇଟର ଅପେକ୍ଷା କରିବି ତେଣିକି ଯେତେ ସମୟ ଲାଗୁ ନାଁ କାହିଁକି ‘ ।