ମୁଁ ତୋର ଫ୍ୟାନ୍ ହେଲି ରେ ! ପ୍ରିୟ ତାରକାଙ୍କୁ ପାଇବା ପାଇଁ ପ୍ରଶଂସକଙ୍କ ପାଗଳାମୀ

61

ପ୍ରଶଂସକ ମାନେ ନିଜ ପ୍ରିୟ ତାରକା ମାନଙ୍କୁ ନା କେବଳ ଭଲ ପାଆନ୍ତି ବରଂ ଏହାକୁ ଜାହିର୍ କରିବା ପାଇଁ ବିଭିନ୍ନ ଉପାୟ ଆପଣେଇଥାନ୍ତି । କେହି ସୋସିଆଲ୍ ମିଡିଆ ଜରିଆରେ ସେମାନଙ୍କ ସହ ସଂପର୍କ ରଖିଥାନ୍ତି ତ ଆଉ କେହି ଇ-ମେଲ୍ କରିଥାନ୍ତି । ଆଉ କେହି କେହି ନିଜ ପ୍ରିୟ ତାରକାଙ୍କ ଗୋଟିଏ ଝଲକ ଦେଖିବା ପାଇଁ ଘଂଟା ଘଂଟା ଧରି ସେମାନଙ୍କ ଘର ଆଗରେ ଛିଡା ହୋଇଥାନ୍ତି । ହେଲେ ଏମିତି କିଛି ପ୍ରଶଂସକ ଅଛନ୍ତି ଯେଉଁମାନେ ନିଜ ପାଗଳାମୀ ପାଇଁ ସବୁବେଳେ ଚର୍ଚ୍ଚିତ ।

ସଲମାନ ଖାନଙ୍କ ଜଣେ ବଡ ଫ୍ୟାନ୍ ହେଉଛନ୍ତି ମୌଲିକ୍ ବାବୁଭାଇ । ଦବଙ୍ଗ ହିରୋଙ୍କୁ ଦେଖା କରିବା ପାଇଁ ନିଜ ଦବଙ୍ଗ ଗିରି ଦେଖାଇବାକୁ ପଛାଇ ନଥିଲେ ମୌଲିକ୍ । ସେ ଭାଇଜାନଙ୍କୁ ଦେଖାକରିବା ପାଇଁ ଆମରଣ ଅନଶନ କରିଥିଲେ । ସଲମାନଙ୍କ ସହ ଫଟୋ ଉଠାଇବା ପାଇଁ ଯିଦ୍ କରି ସେ ସିନେମା ପ୍ରେମ୍ ରତନ୍ ଧନ ପାୟୋର ସୁଟିଂ ସେଟ ବାହାରେ ଅନଶନରେ ବସି ରହିଥିଲେ । ତେବେ ସଲମାନ ତାଙ୍କର ଏହି ପାଗଳ ଫ୍ୟାନ୍ ସହ ଫଟୋ ଉଠାଇଲେ କି ନାହିଁ ତାହା ଜଣା ପଡିଲାନାହିଁ ।

ସେହିପରି ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଜଣେ ଫ୍ୟାନ୍ ହେଉଛନ୍ତି ଶ୍ରୀଲଙ୍କାର ନିରୋଶାନ୍ ଦେବପ୍ରିୟା । ତେବେ ଏହି ଫ୍ୟାନଙ୍କ ବିଷୟରେ ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ । ଐଶ୍ୱର୍ଯ୍ୟାଙ୍କ ବିବାହ ତାଙ୍କ ଉପରେ ଏମିତି ପ୍ରଭାବ ପକାଇଥିଲା ଯେ ସେ ଡିପ୍ରେସନକୁ ଚାଲି ଯାଇଥିଲେ ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେ ଭାବୁଥିଲେ ଐଶ୍ୱର୍ଯ୍ୟାଙ୍କ ସହ ତାଙ୍କର ଏକ ମଧୁର ସଂପର୍କ ଅଛି । ଏପରିକି ସେ ଐଶ୍ୱର୍ଯ୍ୟାଙ୍କ ଉପରେ କେସ୍ କରିବାକୁ ଚାହୁଁଥିଲେ ।

କରୀନା କପୁରଙ୍କ ଜଣେ ଫ୍ୟାନ୍ ବର୍ଷ ପରେ ବର୍ଷ ଅନେକ ତାଙ୍କୁ ଚିଠି ପଠାଇଥିଲେ । କିନ୍ତୁ ଯେତେବେଳେ ତାଙ୍କୁ କୌଣସି ଉତ୍ତର ନମିଳିଲା ସେତେବେଳେ ହୀରାର ଗୋଟିଏ ନେକଲେସ୍ ଉପହାର କରିଥିଲେ । ଯାହାର ମୂଲ୍ୟ ଥିଲା ୪୦ଲକ୍ଷ ଟଙ୍କା ।

ତେବେ ରଜନୀକାନ୍ତଙ୍କ ଜଣେ ଫ୍ୟାନ୍ ପାଗଳାମୀର ସମସ୍ତ ସୀମା ଟପି ଯାଇଥିଲେ । ୨୦୧୧ରେ ରଜନୀକାନ୍ତଙ୍କୁ କିଡନୀ ଦେବା ପାଇଁ ରଜନୀରାଜା ନାମକ ଜଣେ ବ୍ୟକ୍ତି ନିଦ ବଟିକା ଖାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ତେବେ ଠିକ୍ ଟାଇମରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବାରୁ ବଂଚି ଯାଇଥିଲେ ।

ସେହିପରି ଆଦିତ୍ୟ ରାୟ କପୁର ଯେତେବେଳେ ସିନେମା ‘ଫିତୁର୍’ ସୁଟିଂ କରୁଥିଲେ ସେତେବେବେଳ ତାଙ୍କ ପାଖକୁ ଏକ ଚିଠି ଆସିଥିଲା । ଯାହାକୁ ଦେଖି ପୁରା ୟୁନିଟ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲା । କାରଣ ଏହି ଚିଠି ସାଧାରଣ ଚିଠି ଠାରୁ ଅଲଗା ଥିଲା । ଆଦିତ୍ୟଙ୍କ ଜଣେ ଫ୍ୟାନ୍ ନିଜ ରକ୍ତରେ ଏଥିରେ ବିବାହ ପ୍ରସ୍ତାବ ଲେଖି ପଠାଇଥିଲେ ।

ମେଗାଷ୍ଟାର୍ ଅଭିତାଭ୍ ବଚ୍ଚନଙ୍କୁ ଜଣେ ଫ୍ୟାନ୍ ଗୋଟିଏ ଟ୍ରକରେ ଭର୍ତ୍ତି କରି ସିଙ୍ଗଡା ପଠାଇଥିଲେ । ସେ ଚାହିଁଥିଲେ ଅଭିତାଭ୍ ଆଶୀର୍ବାଦ ଦେବା ପରେ ଏହି ସିଙ୍ଗଡାକୁ ପ୍ରସାଦ ହିସାବରେ ଅନ୍ୟ ଫ୍ୟାନ୍ ମାନଙ୍କୁ ବାଂଟି ପାରିବେ ।

୨୦୧୩ରେ ଶ୍ରୁତି ହସନଙ୍କ ଜଣେ ଫ୍ୟାନ୍ ତାଙ୍କ ଘର ଆଗରେ ଓ ସୁଟିଂ ସେଟରେ ଯାଇ ବୁଲୁଥିଲେ । ତେବେ ଦିନେ ସୁଯୋଗ ପାଇ ଘରେ ପଶି ଶ୍ରୁତିଙ୍କୁ ଧରିବା ସହ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ । ତେବେ ଶ୍ରୁତି ଅଳ୍ପକେ ବଂଚି ଯାଇଥିଲେ ।

ସେମିତି ଜଣେ ଫ୍ୟାନ୍ ଦିୟା ମିର୍ଜାଙ୍କୁ ଦେଖା କରିବା ପାଇଁ ଫୁଲବାଲା ହୋଇ ତାଙ୍କ ଘରେ ପଶିବାକୁ ଚେଷ୍ଟା କରିଥିଲେ । ପୁଣି କିଛି ଦିନ ପରେ ନିଜକୁ ଜଣେ ଡାକ୍ତର ବୋଲି ପରିଚୟ ଦେଇ ଦିୟାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ।

ମିସ୍ ୟୁନିଭର୍ସ ସୁସ୍ମିତା ସେନଙ୍କୁ ଜଣେ ଫ୍ୟାନ୍ ବିବାହ ପାଇଁ ଶାଢି ଓ ଅନ୍ୟାନ୍ୟ ସାମଗ୍ରୀ ପଠାଇଥିଲେ । ପରେ ଏକ ଚିଠି ଲେଖି ଥିଲେ ଯେ ଯଦି ସେ ଏସବୁ ଗ୍ରହଣ ନ କରନ୍ତି ତେବେ ଆତ୍ମହତ୍ୟା କରିବେ । ତେବେ ଏନେଇ ସୁସ୍ମିତା ପୁଲିସରେ ଅଭିଯୋଗ କରିଥିଲେ ।

ଆକାଶ ଭରଦ୍ୱାଜ ନାମକ ଜଣେ ବ୍ୟକ୍ତି କଙ୍ଗନା ରଣାୱତଙ୍କୁ ବାରମ୍ବାର ଲଭ୍ ଲେଟର୍ ଏବଂ ମେସେଜ୍ ଦେଉଥିଲେ । କାରଣ ସେ କଙ୍ଗନାଙ୍କୁ ନିଜ ପ୍ରେମିକା ଭାବରେ ଦେଖୁଥିଲେ ।

ଏହା ସହ ଦେଖନ୍ତୁ ରିଲ୍ ପାଇଁ ରିୟଲ୍ ଡେଲିଭରୀ ! ସିନେମାର ଏକ ଦୃଶ୍ୟ ପାଇଁ ଲାଇଭ୍ ପ୍ରସବ କରିଥିଲେ ଅଭିନେତ୍ରୀ