୧୦ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀ ଦିଅନ୍ତୁ ଏହି ପରୀକ୍ଷା ! ପିଏଚଡି ପଢିବା ପର୍ଯ୍ୟନ୍ତ ମିଳିବ ସ୍କଲାରସିପ

42

ଜାତୀୟ ପ୍ରତିଭା ଚୟନ ପରୀକ୍ଷା ବା ଏନଟିଏସଇ ଜାତୀୟ ସ୍ତରର ଏକ ମେଧାବୃତ୍ତି କାର୍ଯ୍ୟକ୍ରମ ସହ ଏନସିଇଆରଟି ଦ୍ୱାରା ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ଆୟୋଜିତ ହେଉଥିବା ଭାରତର ସୁବୁଠୁ ପୁରୁଣା ପରୀକ୍ଷା ମଧ୍ୟରୁ ଅନ୍ୟତମ । ଏହି ପରୀକ୍ଷାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ପାଠପଢାରେ ଅଧିକ ପ୍ରତିଶତ ନମ୍ବର ରଖୁଥିବା ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ମେଧାବୃତ୍ତି ଦେଇ ପାଠ ପଢିବାକୁ ପୋତ୍ସାହିତ କରିବା ।

ଏହି ପରୀକ୍ଷା ପ୍ରତିବର୍ଷ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଦେଇପାରିବେ । ଏହି ପରୀକ୍ଷାରେ ପାସ୍ କରିଥିବା ଛାତ୍ରଛାତ୍ରୀ ମାନେ ଏକାଦଶ କକ୍ଷରୁ ଆରମ୍ଭ କରି ପିଏଚଡି ପଢିବା ପର୍ଯ୍ୟନ୍ତ ସରକାରଙ୍କ ଠାରୁ ମେଧାବୃତ୍ତି ଆକାରରେ ଟଙ୍କା ପାଇପାରିବେ । ଏହି ପରୀକ୍ଷା ଉଭୟ ରାଜ୍ୟ ଓ କେନ୍ଦ୍ର ସ୍ତରରେ ହୋଇଥାଏ । ପାସ୍ କରୁଥିବା ଛାତ୍ରଛାତ୍ରୀ ମାନେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୧୨୫୦ ଟଙ୍କା ମେଧାବୃତ୍ତି ପାଉଥିବା ବେଳେ କଲେଜ ସ୍ତରରେ ୨୦୦୦ ଟଙ୍କା ପାଇଥାନ୍ତି । ତେବେ ପିଏଚଡି କରିବା ସମୟରେ ୟୁଜିସିର ନିୟମ ଅନୁଯାୟୀ ସ୍କଲାରସିପ ମିଳିଥାଏ ।

ଏହି ପରୀକ୍ଷା ଦୁଇଟି ପର୍ଯ୍ୟାୟରେ କରାଯାଇଥାଏ । ପ୍ରଥମେ ମ୍ୟାଟ ପରୀକ୍ଷା ହୋଇଥାଏ । ଏଥିରେ ଉତ୍ତୀର୍ଣ୍ଣ ହୋଇଥିବା ଛାତଛାତ୍ରୀ ସ୍ୟାଟ ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ ହୋଇଥାନ୍ତି ।