ବାହାନାଗା-ସୋର ରେଳଧାରଣାରେ ଫାଟ ! ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଖଡଗପୁର-ଭୁବନେଶ୍ୱର ପାସେଞ୍ଜର, ଯାତ୍ରୀ ସୁରକ୍ଷିତ ଓ ରେଳ ଚଳାଚଳ ପ୍ରଭାବିତ

42

କନକ ବ୍ୟୁରୋ : ବାହାନାଗା-ସୋର ଷ୍ଟେସନ ମଝିରେ ରେଳଧାରଣାରେ ଫାଟ । ଫଳରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଖଡଗପୁରରୁ ଭୁବନେଶ୍ୱର ଆସୁଥିବା ଫାଷ୍ଟ ପାସେଞର ଟ୍ରେନ । ଟ୍ରେନର ଶେଷ ୨ଟି କୋଚ ପାରି ହେଉଥିବାବେଳେ ଶଦ୍ଦ ହେବାରୁ ଟ୍ରେନରୁ ଅଟକାଇଥିଲେ ଡ୍ରାଇଭର । ଆଉ ଯାଂଚ ପରେ ଛାଡିଥିଲା ଫାଷ୍ଟ ପାସେଞ୍ଜର ଟ୍ରେନ । ଫଳରେ କିଛି ସମୟ ପାଇଁ ରେଳ ଚଳାଚଳା ପ୍ରଭାବିତ ହୋଇଛି । ଟ୍ରାକର ମରାମତି କରିଛି ରେଳ ବିଭାଗ ।

ସୂଚନାଯୋଗ୍ୟ ଖଡ଼ଗପୁରରୁ ଭୁବନେଶ୍ୱର ଯାଉଥିବା ଫାଷ୍ଟ ପାସେଞ୍ଜର ଟ୍ରେନ୍ ଆଜି ଏକ ନିଶ୍ଚିତ ଦୁର୍ଘଟଣାରୁ ରକ୍ଷା ପାଇ ଯାଇଛି । ଏହା ସହିତ ଶହଶହ ଯାତ୍ରୀଙ୍କ ଜୀବନ ମଧ୍ୟ ରକ୍ଷା ପାଇ ଯାଇଛି । ବାଲେଶ୍ୱର ଜିଲ୍ଲା ବାହନଗା- ସୋର ଷ୍ଟେସନ ମଝିରେ ରେଲଲାଇନ୍ ବିଚ୍ଛିନ୍ନ ହୋଇ ଯାଇଥିବା ଜଣାପଡ଼ିବା ପରେ ସେହି ଲାଇନ୍ ଦେଇ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଫାଷ୍ଟ ପାସେଞ୍ଜର ଟ୍ରେନ୍ ବାହାନଗା- ସୋର ଷ୍ଟେସନ ମଧ୍ୟରେ ଯାଉଥିବା ବେଳେ ଶେଷ ୨ଟି ବଗି ନିର୍ଦ୍ଦିଷ୍ଟ ଅଞ୍ଚଳ ଅତିକ୍ରମ କରୁଥିବା ବେଳେ ପ୍ରବଳ ଶବ୍ଦ କରି ଥରି ଉଠିଥିଲା । ସଙ୍ଗେସଙ୍ଗେ ଡ୍ରାଇଭର ଟ୍ରେନ୍ରେ ବ୍ରେକ୍ ଲଗାଇ ସ୍ଥିତି ପରଖିଥିଲେ । ଏଥିରୁ ଜଣାଯାଇଥିଲା ଯେ ରେଲ ଲାଇନ୍ ବିଛିନ୍ନ ହୋଇଯାଇଛି। ବିଶେଷ କରି ରେଲ ଲାଇନ୍ ତଳେ ଦିଆଯାଇଥିବା କଂକ୍ରିଟ୍ ଧାରଣା ଭାଙ୍ଗି ଯାଇଥିବାରୁ ପ୍ରାୟ ୮ ଇଞ୍ଚର ଫାଙ୍କା ସୃଷ୍ଟି ହୋଇଛି । ଏ ନେଇ ଡ୍ରାଇଭର ସଙ୍ଗେ ସଙ୍ଗେ ଉପରିସ୍ଥ କର୍ତ୍ତୃପକ୍ଷଙ୍କୁ ଜଣାଇବାରୁ ସେହି ରେଳପଥରେ ରେଳ ଚଳାଚଳକୁ ବନ୍ଦ କରାଯାଇ ମରାମତି ଆରମ୍ଭ ହୋଇଛି ।