ପୁଣି ଫେରିଲା ଜାଠ୍ ଆନ୍ଦୋଳନ ! ଆସନ୍ତାକାଲିଠୁ ରାଜ୍ୟର ୧୯ଟି ଜିଲ୍ଲାରେ ଜାରି ରହିବ ଆନ୍ଦୋଳନ

23

କନକ ବ୍ୟୁରୋ: ଦୀର୍ଘ ୧୧ମାସ ପରେ ପୁଣି ଆରମ୍ଭ ହେବାକୁ ଯାଉଛି ଜାଠ୍ ଆନ୍ଦୋଳନ । ଜାନୁୟାରୀ ୨୯ ଅର୍ଥାତ୍ ଆସନ୍ତାକାଲିଠୁ ଜାଠ୍ ଆରକ୍ଷଣ ଦାବିରେ ଆନ୍ଦୋଳନ ଆରମ୍ଭ ହେଉଛି ।

ସେପଟେ, ଏହାକୁ ନଜରରେ ରଖି ପ୍ରଶାସନ ଓ ପୁଲିସଙ୍କୁ ଆଲର୍ଟ ରଖାଯାଇଛି । ରାଜ୍ୟର ସମ୍ବେଦନଶୀଳ ସ୍ଥାନମାନଙ୍କରେ ପାରାମିଲିଟ୍ରି ଫୋର୍ସ, ର୍ୟାପିଡ ଆକ୍ସନ ଫୋର୍ସ,ପୁଲିସ ଓ ହୋମଗାର୍ଡଙ୍କୁ ନିୟୋଜିତ କରାଯାଇଛି । ଜାଠ୍ ନେତା ୟଶପାଲ ମଲିକଙ୍କ ଡାକରାରେ ଅଖିଳ ଭାରତୀୟ ଜାଠ୍ ଆରକ୍ଷଣ ସଂଘର୍ଷ ସମିତି ଆସନ୍ତାକାଲିଠୁ ରାଜ୍ୟର ୧୯ଟି ଜିଲ୍ଲାରେ ଆନ୍ଦୋଳନ ଆରମ୍ଭ କରିବ ।