ସାହସ ଦେଖାଇଲେ, ସାବାସୀ ପାଇଲେ । ମାଡି ଆସୁଥିବା ଟ୍ରକ ମୁହଁରୁ ୪ ଜଣଙ୍କ ଜୀବନ ବଞ୍ଚାଇଥିବାରୁ ସମ୍ବର୍ଦ୍ଧିତ ହେଲେ ଲଳିତ ମୋହନ

649

କନକ ବ୍ୟୁରୋ: ସାହସ ଦେଖାଇଲେ, ସାବାସୀ ପାଇଲେ । ୪ ଜଣଙ୍କ ଜୀବନ ରକ୍ଷା କରି ସମ୍ବର୍ଦ୍ଧିତ ହେଲେ ଟ୍ରାଫିକ ହାବିଲଦାର । ରାତିରେ ଟ୍ରାଫିକ ପୋଷ୍ଟରୁ ଡିଆଁ ମାରି ଦୃତଗାମୀ ଟ୍ରକ ମୁହଁରୁ ୪ ଜଣଙ୍କ ଜୀବନ ରକ୍ଷା କରିଥିବା ଟ୍ରାଫିକ ହାବିଲଦାର ଲଳିତ ମୋହନ ରାଉତଙ୍କୁ ଆଜି ସମ୍ବର୍ଦ୍ଧିତ କରିଛନ୍ତି ପୋଲିସ କମିସନର ସୁଧାଂଶୁ ଷଡଙ୍ଗୀ ।

ନଭେମ୍ବର ୨୩ ତାରିଖ ରାତି ପ୍ରାୟ ୮.୩୦ ସମୟରେ କଟକର ଶିଖରପୁର ଛକରେ ଲଲିତ ମୋହନ ରାଉତ ଟ୍ରାଫିକ୍ ଡିୟୁଟି କରୁଥିଲେ। ସେହି ସମୟରେ ଜଗତପୁରରୁ ଓଏମପି ଆଡ଼େ ଆସୁଥିବା ଦୁଇଟି ବାଇକରେ ବସିଥିବା ୪ ଜଣ ଆରୋହୀଙ୍କ ଆଡ଼େ ଏକ ଟ୍ରକ୍ ମାଡ଼ି ଆସୁଥିଲା। ଆଉ ଟିକକରେ ସେମାନେ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥାନ୍ତେ। ମାତ୍ର ଲଲିତ ମୋହନ ତାଙ୍କର ସାହସିକତା ଦେଖାଇ ଟ୍ରାଫିକ୍ ପୋଷ୍ଟରୁ ଡେଇଁ ବାଇକରୁ ୪ ଜଣଙ୍କୁ ଟାଣି ଆଣିଥିଲେ। ଡିୟୁଟି ସମୟରେ ଏପରି ସାହସିକତା ଦେଖାଇ ୪ ଜଣଙ୍କ ଜୀବନ ବଞ୍ଚାଇଥିବା କାରଣରୁ ତାଙ୍କୁ ସମ୍ମାନିତ କରାଯାଇଛି।