ଗାଈ କ୍ଷୀର ଠାରୁ ବି ମହଙ୍ଗା ଗୋମୂତ୍ର : ଲିଟର ପିଛା ୩୦ ଟଙ୍କା ମୂଲ୍ୟରେ ହେଉଛି ବିକ୍ରି, ଜାଣନ୍ତୁ ଏହାର ଚାହିଦା ବଢ଼ିବା ପଛର କାରଣ

127

କେବଳ ଗାଈର କ୍ଷୀର ନୁହେଁ ଗାଈର ମୂତ୍ର ମଧ୍ୟ ରାଜସ୍ଥାନର କୃଷକଙ୍କ ପାଇଁ ଆୟ କରିବାର ସାଧନ ହୋଇଯାଇଛି । ରାଜସ୍ଥାନରେ ଗୋମୂତ୍ରର ଚାହିଦା ହଠାତ୍ ବଢ଼ିଯାଇଛି । କୃଷକମାନେ ସଙ୍କର ଜାତୀୟ ଗାଈ ଭଳି ଗିର ଓ ଥରପାର୍କର ର ଗୋମୂତ୍ର ବଜାରରେ ୧୫ରୁ ୩୦ ଟଙ୍କା ପ୍ରତି ଲିଟର ପର୍ଯ୍ୟନ୍ତ ବିକ୍ରି କରୁଛନ୍ତି । ସେଇଠି ଗାଈ କ୍ଷୀରର ମୂଲ୍ୟ ୨୨ ଟଙ୍କାରୁ ଆରମ୍ଭ କରି ୨୫ ଟଙ୍କା ପ୍ରତି ଲିଟର ପର୍ଯ୍ୟନ୍ତ ଅଛି । ଏହା ହେଉଛି ରାଜ୍ୟର କୃଷକ ହଠାତ୍ ମାଲାମାଲ ହେବାର କାରଣ । କେତେକ ଅଂଚଳରେ କୃଷକଙ୍କ ଆୟରେ ୩୦ ପ୍ରତିଶତରୁ ଅଧିକ ବଢୁଥିବାର ଦେଖିବାକୁ ମିଳୁଛି । ରାଜସ୍ଥାନରେ ଗାଈର ଗିର ଓ ଥରପାରକର ଭଳି କିଛି ପ୍ରଜାତିର ଗୋମୂତ୍ରର ଚାହିଦା ଅଧିକ । ଅନ୍ୟ ଏକ ସ୍ଥାନରେ ଯେଉଁଠି କୃଷକଙ୍କୁ ଗାଈ କ୍ଷୀର ପାଇଁ ୨୨-୨୫ ଟଙ୍କା ପର୍ଯ୍ୟନ୍ତ ହିଁ ମିଳେ, ସେଇଠି ଗୋମୂତ୍ର ପାଇଁ ଲିଟର ପିଛା ୧୫-୩୦ ଟଙ୍କା ମୂଲ୍ୟରେ ସହଜରେ ମିଳିଯାଏ ।

କୈଲାଶ ଗୁଜ୍ଜର ନାମକ ଜଣେ କୃଷକଙ୍କ କହିବାନୁସାରେ, ଗୋମୂତ୍ରର ବ୍ୟବହାର ଜୈବିକ କୃଷି ପାଇଁ ହୋଇଥାଏ । ଏହି କ୍ଷେତ୍ରରେ କାମ କରୁଥିବା ସମସ୍ତ ଲୋକ ତାଙ୍କ ଠାରୁ ଗୋମୂତ୍ର କିଣନ୍ତି ଓ ଏହି କାରଣରୁ ତାଙ୍କର ଆୟରେ ପାଖାପାଖି ୩୦ ପ୍ରତିଶତ ବୃଦ୍ଧି ହୋଇଛି । ଗୋମୂତ୍ର ରାସାୟନିକ ସାରର ଏକ ବିକଳ୍ପ ହୋଇଥାଏ । ଏହା ବ୍ୟତୀତ ଔଷଧ ଓ ସମସ୍ତ ଧାର୍ମିକ କାମରେ ବ୍ୟବହାର ହୋଇଥାଏ ।

ରାଜସ୍ଥାନ ସରକାରଙ୍କ ଅଧିନରେ ଆସୁଥିବା ଉଦୟପୁର ର ମହାରାଣା ପ୍ରତାପ କୃଷି ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟରେ ମଧ୍ୟ ଜୈବ କୃଷି ପ୍ରୋଜେକ୍ଟ ପାଇଁ ପ୍ରତି ମାସରେ ପାଖାପାଖି ୩୫୦ରୁ ୫୦୦ ଲିଟର ଗୋମୂତ୍ର କିଣେ । ପ୍ରତି ମାସରେ ପାଖାପାଖି ୧୫,୦୦୦-୨୦,୦୦୦ ଟଙ୍କାର ଗୋମୂତ୍ର କିଣାଯାଏ । ଗୋମୂତ୍ର କୃଷକଙ୍କ ପାଇଁ ଅତିରିକ୍ତ ଆୟର ଏକ ସାଧନ ।