ରାଜଧାନୀ ରାଜରାସ୍ତାରେ ଗାଈ ଚୋର : ସିସିଟିଭିରେ କଏଦ ହେଲା ରାତି ଅଧିଆ ଚୋରିର ଦୃଶ୍ୟ

196

କନକ ବ୍ୟୁରୋ : ରାଜଧାନୀ ରାସ୍ତାରାସ୍ତାରେ ଗାଈ ଚୋରି । ବିଶ୍ୱାସ ନ ହେଉଥିଲ ବି ସତ । ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଭୁବନେଶ୍ୱରର ପଟିଆ ଅଂଚଳରୁ । ଅନ୍ଧାର ରାତିରେ ମାତିଛନ୍ତି ଗାଈ ଚୋର । ଆଉ ସବୁଠାରୁ ବଡ କଥା ହେଲା, ସିସିଟିଭି ଦେଖିଛି ଏହି ଗାଇ ଚୋରି । ସସିଟିଭି ଫୁଟେଜରୁ ଜଣାପଡ଼ୁଛି ଅଧରାତିରେ ଚୋରମାନେ ଏକ ବଡ ଗାଡିକୁ ରାସ୍ତା ଉପରେ ରଖି ଆଖପାଖରେ ଥିବା ଗାଇମାନଙ୍କୁ ଧରିବାକୁ ଚେଷ୍ଟା କରୁଛନ୍ତି । ଗାଈଗୁଡ଼ିକୁ ଏକାଠି କରିବା ପାଇଁ ଚୋରମାନଙ୍କ କସରତ୍ ମଧ୍ୟ ସ୍ପଷ୍ଟ ନଜର ଆସୁଛି ।

ବଡ ଗାଡିରେ ଗାଇମାନଙ୍କୁ ନେଇଯିବାକୁ ଯୋଜନା ହୋଇଛି । ରାଜଧାନୀର ରାଜରାସ୍ତାରେ ଏଭଳି ଦୃଶ୍ୟ ପ୍ରଥମ ଥର ଲାଗି ଦେଖିବାକୁ ମିଳିଛି । ଅନେକ ସମୟରେ ବହୁ ସଂଖ୍ୟାରେ ଗାଇ-ବାଛୁରୀ ରାସ୍ତା ଉପରେ ବିଚରଣ କରୁଥାନ୍ତି । ଏମାନଙ୍କ ମାଲିକ କିଏ ତାହା କାହାକୁ ଜଣାନଥାଏ । ସତେ ଯେମିତି ଏହାର ସୁଯୋଗ ନେବା ପାଇଁ ଗାଇଚୋରମାନେ ରାଜଧାନୀରେ ପଂହଚିଛନ୍ତି । ଆଉ ଗାଡିରେ ଉଠାଇନେଉଛନ୍ତି ଗାଇଗୋରୁଙ୍କୁ ।