ଗାଈର ଅଜବ କାହାଣୀ ! ଗୀତ ଶୁଣିଲେ ଦେଉଛି ୨୦ ପ୍ରତିଶତ ଅଧିକ କ୍ଷୀର ।

40

ସଙ୍ଗୀତ କେବଳ ମଣିଷ ଜୀବନରେ ଶାନ୍ତି ଭରି ଦେଇଥାଏ ତାହା ନୁହେଁ ଗାଈ ମାନଙ୍କ ଠାରେ ମଧ୍ୟ ଏହାର ସକରାତ୍ମକ ପ୍ରଭାବ ଦେଖିବାକୁ ମିଳିଛି । ସଙ୍ଗୀତରୁ ଗାଈମାନଙ୍କ କ୍ଷୀର ଉତ୍ପାଦନର କ୍ଷମତାରେ ବହୁଳ ମାତ୍ରାରେ ବୃଦ୍ଧି ହୋଇଥିବା ଖବର ସାମ୍ନାକୁ ଆସିଛି । ରାଜସ୍ଥାନ ସୀକର ଜିଲ୍ଲାର ନୀମକାଥାନା ଅନ୍ତର୍ଗତ ଖେତଡି ରୋଡରେ ଥିବା ଶ୍ରୀ ଗୋପାଲ ଗୋଶାଳାରେ ଗାଈ ମାନଙ୍କୁ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ଏମ୍ପଲିଫାୟର ଲଗାଇ ତିନି ତିନି ଘଣ୍ଟା ଧରି ସଙ୍ଗୀତ ଶୁଣାଯାଇଥାଏ । ଗୋଶାଳାର ପ୍ରବନ୍ଧକଙ୍କ କହିବା କଥା, ଏପରି କରିବା ଦ୍ୱାରା ଦୁଗ୍ଧ ଉତ୍ପାଦନରେ ୨୦ପ୍ରତିଶତ ବୃଦ୍ଧି ହୋଇଥାଏ ।

ଗାଈ ମାନଙ୍କୁ ଶୁଣାଯାଏ ଭଜନ :

ଗୋଶାଳାର ଅଧ୍ୟକ୍ଷ ଦୌଲତରାମ ଗୋୟଲ କହିଛନ୍ତି ଯେ, ୨୦୧୬ ମସିହାରୁ ଗୋଶାଳାରେ ଥିବା ୫୫୦ ଗାଈଙ୍କୁ ସକାଳ ୫.୩୦ ରୁ ୮.୩୦ ପର୍ଯ୍ୟନ୍ତ ଏବଂ ସନ୍ଧ୍ୟାରେ ୪.୩୦ ରୁ ୮.୦୦ ଟା ପର୍ଯ୍ୟନ୍ତ ଏମ୍ପଲିଫାୟର ଜରିଆରେ ଭଜନ ଶୁଣାଯାଇଥାଏ । ଏପରି ସଙ୍ଗୀତ ଶୁଣାଇବାକୁ ତାଙ୍କୁ ଜଣେ ଗୋଭକ୍ତ କହିଥିଲେ ଯେ, ସଙ୍ଗୀତ ଶୁଣାଇବା ଦ୍ୱାରା ଦୁଗ୍ଧ ଉତ୍ପାଦନ ବଢିଥାଏ । ତେବେ ସେ ଏହାର ପ୍ରୟୋଗ କରିବା ପାଇଁ ଭାବିଥିଲେ ଏବଂ ୨୦୧୬ ମସିହାରୁ ସଙ୍ଗୀତ ଶୁଣାଇବା ଆରମ୍ଭ କରିଥିଲେ । ଏବଂ ଖୁବ ଶୀଘ୍ର ସେ ଏହାର ଲାଭ ମଧ୍ୟ ପାଇଥିଲେ ।

ଗୋୟଲ କହିଛନ୍ତି ଯେ, ଗାଈ ମାନଙ୍କୁ ଭଲରେ ରଖିବା ପାଇଁ ଗୋଶାଳାରେ ସେ ୪୦ଫୁଟ ଲମ୍ବା ଏବଂ ୫୪ ଫୁଟ ଚଉଡା ଆରସିସିର ହଲ ତିଆରି କରିଛନ୍ତି । ସେଥିରେ ୧୦୮ଟି ପଙ୍ଖା ମଧ୍ୟ ଲଗାଯାଇଛି । ଏବଂ ଏଥିରେ ମ୍ୟୁଜିକ ସିଷ୍ଟମ ମଧ୍ୟ ଲଗାଯିବ । ସେ ଆଶା ରଖିଛନ୍ତି ଯେ, ଏହି ନୂଆ ବ୍ୟବସ୍ଥାରେ ଦୁଗ୍ଧ ଉତ୍ପାଦନ କ୍ଷମତାରେ ବୃଦ୍ଧି ଘଟିବ ।

ଶବଳ ହୋଇଛନ୍ତି ଦୁର୍ବଳ ଗାଈ :

ଗୋୟଲ କହିଛନ୍ତି ଯେ, ଗାଈମାନଙ୍କୁ ଭଜନ ସହ ଶାସ୍ତ୍ରୀୟ ସଙ୍ଗୀତ ମଧ୍ୟ ଶୁଣାଯାଇଥାଏ । ସଙ୍ଗୀତ ଶୁଣିବା ପୂର୍ବରୁ ଗାଈମାନଙ୍କର ଚେହେରା ସୁସ୍ଥ ରହିଥାଏ ଏବଂ ସଙ୍ଗୀତ ଶୁଣିବା ପରେ ଗାଈମାନଙ୍କ ମୁହଁରେ ହସ ରହିଥାଏ । ଛଅ ମାସରେ ସଙ୍ଗୀତ ଶୁଣିବା ଦ୍ୱାରା ପୂର୍ବରୁ ଯେଉଁ ଗାଈମାନେ ଦୁର୍ବଳ ଥିଲେ, ଏବେ ସେମାନେ ଶବଳ ହୋଇଯାଇଛନ୍ତି ।

ସେ କହିଛନ୍ତି ଯେ, ଗୋଶାଳାରେ ଗାଈମାନଙ୍କୁ ୨୪ଘଣ୍ଟା ଯତ୍ନ କରିବା ପାଇଁ ୨୨ଜଣ କର୍ମଚାରୀ ଅଛନ୍ତି । ଗୋଶାଳାର ଖର୍ଚ୍ଚ ପ୍ରତିମାସ ପାଖାପାଖି ୭ଲକ୍ଷ ଟଙ୍କା ଆସିଥାଏ । ସେଥି ମଧ୍ୟରୁ ପ୍ରତିମାସ ୨ଲକ୍ଷ ଟଙ୍କା ଦୁଗ୍ଧ ବିକ୍ରି ଦ୍ୱାରା ଆସିଥାଏ । ଏବଂ ବାକି ଟଙ୍କା ଜନସହଯୋଗରେ ମୁମ୍ବାଇ, ସୁରଟ, ଜୟପୁର ନୀମକାଥାନା ରୁ ଯୋଗାଡ କରାଯାଇଥାଏ ।

ରାଜ୍ୟ ସରକାରଙ୍କ ଠାରୁ ମିଳିଲା ସମ୍ମାନ :

ଏହି ଗୋଶାଳାର ଉତ୍ତମ ସଂଚାଳନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ସମ୍ମାନିତ ମଧ୍ୟ କରାଯାଇଛି । ଗୋଶାଳାର ସଂଚାଳନ ପାଇଁ ଗୋୟଲ ନୀମକାଥାନାର ପତ୍ୟେକ ସ୍କୁଲକୁ ଯାଇଥାନ୍ତି ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଗାଈ ମାନଙ୍କ ପାଇଁ ଦାନ କରିବା ପାଇଁ ପ୍ରେରିତ କରିଥାନ୍ତି ।